Categories: ଜାତୀୟ

ୟୁକ୍ରେନ୍‌ରୁ ଫେରିଲେ ୨୪୨

ନୂଆଦିଲ୍ଲୀ,୨୩ା୨: ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍‌ରେ ଫସିଥିବା ୨୪୨ ଭାରତୀୟମାନଙ୍କୁ ରାଜଧାନୀ କ୍ୱିଭ୍‌କୁ ମଙ୍ଗଳବାର ଏୟାର ଇଣ୍ଡିଆର ଏକ ବିମାନ ସ୍ବଦେଶ ଫେରାଇ ଆଣିଛି। ବୋଇଂ ୭୮୭ ଏୟାରକ୍ରାଫ୍ଟରେ ଏଆଇ ୧୯୪୭ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୭ଟା ୩୦ରେ ଉଡ଼ାଣ ଆରମ୍ଭ କରି କ୍ୱିଭ୍‌ସ୍ଥିତ ବୋରିସ୍ପିଲ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଭାରତୀୟ ସମୟ ଅପରାହ୍ନ ୩ଟାରେ ଅବତରଣ କରିଥିଲା। ଆସନ୍ତା ୨୪ ଓ ୨୬ ତାରିଖରେ ଏୟାର ଇଣ୍ଡିଆର ଆଉ ଦୁଇଟି ବିମାନ କ୍ୱିଭ୍‌ ଅଭିମୁଖେ ଯାତ୍ରା କରିବ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗତ ୧୭ରେ ଏୟାର ଇଣ୍ଡିଆ ସମେତ ଅନ୍ୟ କ୍ୟାରିୟରଗୁଡ଼ିକୁ ଅନୁରୋଧ କରାଯାଇଥିଲା।

Share