ରାଜ୍ୟରେ ଆଜି ୨୪୨୩ ପଜିଟିଭ୍‌ ଚିହ୍ନଟ, ପୁଣି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୨୪୨୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ର ୧୪୧୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୦୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୩୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨୨୯ ଏବଂ ସୁନ୍ଦରଗଡ଼ରୁ ୧୯୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୪୨, ବରଗଡ଼ ୯୯, ଭଦ୍ରକ ୬୭, ବଲାଙ୍ଗୀର ୯୩, ବୌଦ୍ଧ ୧୦, କଟକ ୧୧୮, ଦେବଗଡ଼ ୧୭, ଢେଙ୍କାନାଳ ୬୬, ଗଜପତି ୭, ଗଞ୍ଜାମ ୩୭, ଜଗତସିଂହପୁର ୮୪, ଯାଜପୁର ୯୭, ଝାରସୁଗୁଡ଼ା ୬୬, କଳାହାଣ୍ଡି ୫୭, କନ୍ଧମାଳ ୩୫, କେନ୍ଦ୍ରାପଡ଼ା ୭୩, କେନ୍ଦୁଝର ୭୦, କୋରାପୁଟ ୨୪, ମାଲକାନଗିରି ୪୮, ମୟୂରଭଞ୍ଜ ୧୨୮, ନବରଙ୍ଗପୁର ୨୮, ନୟାଗଡ଼ ୪୦, ନୂଆପଡ଼ା ୬୩, ପୁରୀ ୭୩, ରାୟଗଡ଼ା ୧୦, ସମ୍ବଲପୁର ୬୦ ଏବଂ ସୋନପୁରରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ରେ ପହଞ୍ଚିଥିବା ବେଳେ ୨,୨୭,୬୧୫ ଜଣ ସୁସ୍ଥ ହୋଇଛନ୍ତି। ୨୫,୯୫୪ ଜଣ ଚିକିତ୍ସିତ ହେଉଛନ୍ତି। ୧୦୪୦ ଜଣଙ୍କ ମୃତ୍ୟୁ ଘଟିଛି।