କପିଲ ଶର୍ମାଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଅକ୍ଷୟ କୁମାର

ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଶୋ’କୁ ନେଇ ପ୍ରାୟ ଚର୍ଚ୍ଚାରେ ରୁହନ୍ତି। ସାଧାରଣ ଲୋକଙ୍କ ବ୍ୟତୀତ ଫିଲ୍ମ ତାରକାମାନେ ମଧ୍ୟ ତାଙ୍କ ଶୋ’କୁ ବହୁତ ପସନ୍ଦ କରନ୍ତି। ଏହି କାରଣରୁ ଅନେକ ବଲିଉଡ୍‌ ତାରକା ନିଜ ଫିଲ୍ମର ପ୍ରମୋଶନ ପାଇଁ କପିଲଙ୍କ ଶୋ’କୁ ଯାଇଥାନ୍ତି। ଏ ନେଇ ଅଭିନେତା ଅକ୍ଷୟ କୁମାର କପିଲଙ୍କ ଉପରେ ଅଭିଯୋଗ ଆଣିଛନ୍ତି।

ନିକଟରେ ଅକ୍ଷୟ ତାଙ୍କ ଆଗାମୀ ଚଳଚ୍ଚିତ୍ରର ପ୍ରମୋଶନ ପାଇଁ କପିଲଙ୍କ ଶୋ’ରେ ପହଞ୍ଚିଥିଲେ। ଶୋ’ରୁ ଯିବା ପରେ ସୋସିଆଲ ମିଡିଆରେ ଏକ ମଜାଳିଆ ପ୍ରତିକ୍ରିୟା କରିଥିଲେ ଅକ୍ଷୟ। ସେ କପିଲଙ୍କ ସହ ଟୁଇଟ୍‌ରେ ଥଟ୍ଟା କରି ଫିଲ୍ମର ମାର୍କେଟିଂ ଦଳକୁ ଲାଞ୍ଚ ଦେଇଥିବାର ଅଭିଯୋଗ କରିଛନ୍ତି।

ଅକ୍ଷୟ ଟୁଟରରେ କପିଲଙ୍କ ସହ ମଜା କରୁଥିବାବେଳେ ଲେଖିଛନ୍ତି, ‘ମୁଁ ଭାବୁଛି ତୁମର ଶୋ’ ବିନା ମୋ ଫିଲ୍ମର ପ୍ରମୋଶନ ଅସମ୍ପୂର୍ଣ୍ଣ ଅଟେ। ତୁମେ ମୋର ଫିଲ୍ମ ମାର୍କେଟିଂ ଦଳକୁ ଲାଞ୍ଚ ଦେଉଛ କି? ଏହି ମଜାଳିଆ ଦିନ ପାଇଁ ଧନ୍ୟବାଦ। ଶୀଘ୍ର ଦେଖା ହେବ। ପରେ କପିଲ ଅକ୍ଷୟଙ୍କ ଟୁଇଟରରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ପୂର୍ବପରି ନିଆଁ ଲଗାଇଲେ। ‘ସୋସିଆଲ ମିଡିଆରେ ଅକ୍ଷୟ ଏବଂ କପିଲଙ୍କ ଏହି ଟୁଇଟ୍‌ ଭାଇରାଲ ହେବାରେ ଲାଗିଛି।

 

Share