୫ ଦିନରେ ୨୪୪୨ ମାମଲା

ବାରିପଦା ଅଫିସ,୬ା୪: ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ନେଇ ସପ୍ତାହବ୍ୟାପି ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନରେ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲାରେ ଏପ୍ରିଲ ୧ରୁ ଜିଲା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ତେବେ ୫ଦିନ ମଧ୍ୟରେ ବିନା ହେଲମେଟ, ଯାନବାହାନ ଚଳାଚଳ ସମୟରେ ମୋବାଇଲରେ କଥାବାର୍ତ୍ତା, ସିଟ ବେଲ୍ଟ, ଦ୍ରୁତ ଚାଳନା, ମଦପିଇ ଗାଡ଼ି ଚାଳନା ଆଦି ବିଭିନ୍ନ ମାମଲାରେ ମୋଟ ୨୨ଲକ୍ଷ ୧୮ହଜାର ୧୬୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିନା ହେଲମେଟରେ ପରିବହନ ବିଭାଗ ପକ୍ଷରୁ ୨୪୩ ଓ ପୋଲିସ ପକ୍ଷରୁ ୧୮୯୨ଟି, ଦ୍ରୁତ ଚାଳନାରେ ୧୦୧ଟି, ବିନା ସିଟବେଲ୍ଟରେ ପରିହନ ବିଭାଗ ପକ୍ଷରୁ ୨୩ଟି, ମୋବାଇଲ କଥାବାର୍ତ୍ତାରେ ପରିବହନ ବିଭାଗ ପକ୍ଷରୁ ୯ଟି, ମଦପିଇ ଗାଡ଼ି ଚଳାଇବାରେ ପରିହନ ବିଭାଗ ପକ୍ଷରୁ ୨୯ ଓ ପୋଲିସ ପକ୍ଷରୁ ୧୭ଟି, ଦ୍ରବ୍ୟ ପରିବହନ ଗାଡିରେ ଯାତ୍ରୀ ପରିବହନକୁ ନେଇ ବିଭାଗ ପକ୍ଷରୁ ୨ଟି, ଓଭର ଲୋଡ୍‌କୁ ନେଇ ୩ଟି, ୩ଜଣ ବସି ଗାଡି ଚଳାଇବାରେ ବିଭାଗ ପକ୍ଷରୁ ୩୬ଟି, ଭୁଲ ରାସ୍ତାରେ ଗାଡ଼ି ଚାଳନାକୁ ନେଇ ୨ଟି, ନାବାଳକ ଗାଡି ଚାଳନାରେ ବିଭାଗ ପକ୍ଷରୁ ୩ଟି ଏବଂ ବିଭିନ୍ନ କାରଣରୁ ୯ଟି ଗାଡ଼ିକୁ ଜବତ କରାଯାଇଛି ା ୫ଦିନ ମଧ୍ୟରେ ପରିହନ ବିଭାଗ ପକ୍ଷରୁ ମୋଟ ୫୧୩ଟି ଓ ପୋଲିସ ପକ୍ଷରୁ ୧୯୨୯ଟିକୁ ମିଶାଇ ମୋଟ ୨୪୪୨ଟି ଚାଲାଣ କଟାଯାଇଛି। ଏହି ସବୁ ବାବଦରେ ଅଦ୍ୟାବଧି ଘଟଣାସ୍ଥଳରୁ ପରିବହନ ବିଭାଗ ପକ୍ଷରୁ ୫୫ହଜାର ୮୬୫ଟଙ୍କା ଓ କାର୍ଯ୍ୟାଳୟରେ ୮ଲକ୍ଷ ୮୦ହଜାର ଟଙ୍କାକୁ ମିଶାଇ ମୋଟ ୯ଲକ୍ଷ ୩୫ହଜାର ୮୬୫ଟଙ୍କ ଏବଂ ପୋଲିସ ପକ୍ଷରୁ ଘଟଣା ସ୍ଥଳରୁ ୧୨ଲକ୍ଷ ୮୨ହଜାର ୩ଶହ ଟଙ୍କା ଆଦାୟ କରାଯାଇଛି ା ତେବେ ମଦ୍ୟପାନ କରି ଗାଡ଼ି ଚଳାଇବା ବାବଦରେ ୧୦ହଜାର ଜରିମାନା ଓ ନାବାଳକ ଗାଡ଼ି ଚାଳନାରେ ଜରିମାନା ବାବଦରେ ୨୫ହଜାର ପୈଠ କରିବାକୁ ନେଇ ଉଭୟ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି ା