ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୧୪୩ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୮୬୩ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୋମବାର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୧୮ଜଣ ରହିଛନ୍ତି। ସେହିପରି ବରଗଡ଼ରୁ, ମାଲକାନଗିରି ଏବଂ ପୁରୀରୁ ୧୫ ଜଣ ଲେଖାଏ ରହିଥିବା ବେଳେ ବଲାଙ୍ଗୀର ୧୨, କଟକ ୧୦, ଖୋର୍ଦ୍ଧା ୯, ମୟୂରଭଞ୍ଜ ୮, କେନ୍ଦ୍ରାପଡ଼ାରୁ ୬, ବାଲେଶ୍ୱର, ଢେଙ୍କାନାଳ ଏବଂ ସମ୍ବଲପୁରରୁ ୫ ଜଣ ଲେଖାଏ, ଭଦ୍ରକ, ବୈଦ୍ଧ, ଜଗତ୍ସିଂହପୁର, ଯାଜପୁର ଏବଂ କଳାହାଣ୍ଡିରୁ ୩ଜଣ ଲେଖାଏ, କନ୍ଧମାଳ ଏବଂ କେନ୍ଦୁଝରରୁ ୨ଜଣ ଲେଖାଏ ଏବଂ ସୁନ୍ଦରଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି।