୨୪୬ ସାମ୍ପୁଲରେ ଓମିକ୍ରନ ନାହିଁ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ଜିନୋମ ସିକ୍ୱେନ୍ସିଂ ପାଇଁ ଆଇଏଲ୍‌ଏସ୍‌ ଆସିଥିବା ୨୪୬ ସାମ୍ପୁଲରେ ଓମିକ୍ରନ ଭାରିଏଣ୍ଟ ନାହିଁ। ଏ ନେଇ ଆଇଏଲ୍‌ଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଜିନୋମ ସିକ୍ୱେନ୍ସିଂ ପାଇଁ ସାମ୍ପୁଲଗୁଡିକ ପଠାଯାଇଥିଲା।
ନଭେମ୍ବର ୨୪ ପର ଠାରୁ ବର୍ତ୍ତମାନ ସୁଦ୍ଧା ଏହି ୨୪୬ ଜଣଙ୍କ ନମୁନାରେ ଜିନୋମ ସିକ୍ୱେନ୍ସିଂ ହୋଇଥିଲା। ଏହି ସାମ୍ପୁଲରେ ମଧ୍ୟ କୌଣସି ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇନାହାନ୍ତି। ତେବେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇ ନ ଥିବା ସୂଚନା ମିଳିଛି।

Share