Categories: ବାଣିଜ୍ୟ

ସେନ୍‌ସେକ୍ସରେ ୨୪୯ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ,୧୬ା୧୧: ଦିନକ ପରେ ପୁଣି ଥରେ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଫଳରେ ଆଶା ଓ ଆଶଙ୍କା ମଧ୍ୟରେ ଥିବା ଦଲାଲ ଷ୍ଟ୍ରିଟ୍‌ର ନିବେଶକମାନେ କିଛି ପରିମାଣରେ ଲାଭବାନ୍‌ ହୋଇଛନ୍ତି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୨୪୯ (୨୪୮.୮୪) ପଏଣ୍ଟ ବୃଦ୍ଧି ଘଟି ୬୧,୮୭୩ (୬୧,୮୭୨.୯୯) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୭୪ (୭୪.୨୫) ପଏଣ୍ଟ ବଢ଼ି ୧୮,୪୦୩ (୧୮,୪୦୩.୪୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ସେହିଭଳି ମଙ୍ଗଳବାର ଉଭୟ ସେନ୍‌ସେକ୍ସ ଏବଂ ନିଫ୍ଟିରେ ପ୍ରାୟ ୧% ଅଭିବୃଦ୍ଧି ଘଟିଛି। ପାଓ୍ବାର ଗ୍ରୀଡ୍‌, ଆଇସିଆଇସିଆଇ, ଭାରତୀ ଏୟାରଟେଲ୍‌ ସମେତ ବ୍ୟାଙ୍କିଙ୍ଗ୍‌, ସିମେଣ୍ଟ ଏବଂ ଅଟୋଶିଳ୍ପ କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।

Share