ଅଗଷ୍ଟ ୧୫ରେ କରୋନାର ରେକର୍ଡ: ଆଜି ଚିହ୍ନଟ ହେଲେ ସର୍ବାଧିକ ୨୪୯୬ ଆକ୍ରାନ୍ତ; ୫୫ହଜାର ଟପିଲା ସଂଖ୍ୟା

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଜିଲାରୁ ୨୪୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୯୧ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୯୦୫ ଲୋକାଲ କେସ୍‌ ରହିଥିବା ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳର ୧୨, ବାଲେଶ୍ୱରରୁ ୧୬୫, ବରଗଡ଼ରୁ ୩୬, ଭଦ୍ରକରୁ ୧୦୨, ବଲାଙ୍ଗୀରରୁ ୯୨, ବୌଦ୍ଧରୁ ୧୧୫, କଟକରୁ ୧୨୮, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଗଞ୍ଜାରମରୁ ୩୨୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୯୮, କେନ୍ଦ୍ରାପଡ଼ାରୁ ୧୩, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୩୭୮, କୋରାପୁଟରୁ ୧୩୩, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୪, ନୂଆପଡ଼ାରୁ ୧୬, ପୁରୀରୁ ୯୬, ରାୟଗଡ଼ାରୁ ୧୪୬, ସମ୍ବଲପୁରରୁ ୮୧, ସୋନପୁରରୁ ୨୦, ସୁନ୍ଦରଗଡ଼ରୁ ୧୫୬ଜଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୧୨୬କୁ ବୃଦ୍ଧି ପାଇଥିବା ବେଳେ ୩୯୨୦୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୧୭୫୩୫ ଆକ୍ଟିଭ କେସ୍‌ ରହିଛି।

Share