ଦାରିଙ୍ଗବାଡିରେ ବିଦ୍ୟୁତ ବିଭ୍ରାଟ: ଡିବିରୀ, ଲଣ୍ଠନ ଭରସା

ଦାରିଙ୍ଗବାଡି, ୫।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ତଥା ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡିରେ ଦୈନିକ ବିଦ୍ୟୁତ ବିଭ୍ରାଟ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନା ଥାଉ କି, ଶନିବାର ସାରା ଜିଲାରେ ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ କରାଯିବାକୁ ଘୋଷଣା କରାଯାଇ ସେବାକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ସଂଧ୍ୟା ୬ ଟାରେ ପରେ ମଧ୍ୟ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ନ ଥିଲା। ରବିବାର ସକାଳ ହୋଇଯାଇଥିଲେ ମମଧ୍ୟ ସୁଦ୍ଧା ବଦ୍ୟୁତ ଯୋଗାଣ ବନ୍ଦ ରହିଥିଲା। ଫଳରେ ଅଞ୍ଚଳବାସୀ ହଇରାଣ ହେବା ସହ ଦୀର୍ଘ ଦି’ଦଶନ୍ଧି ଧରି ଯେଉଁ ଲଣ୍ଠନ, ଡିବିରୀକୁ ଭୁଲିଯାଇଥିଲେ ପୁଣି ସେହି ଜିନିଷକୁ ବ୍ୟବହାର କରି ରାତି କଟାଇଥିବା ଜଣାପଡିଛି।
ବିଦ୍ୟୁତ ବିଭ୍ରାଟ ଯୋଗୁଁ ଶନିବାର ବହୁ ଦୋକାନ, ହୋଟେଲଗୁଡିକ ଶୀଘ୍ର ବନ୍ଦ ହୋଇଯାଇଥିଲା। ଯାହାଲାଗି ଗ୍ରାହକମାନେ ହଟହଟା ହୋଇଛନ୍ତି। ଏଥିସହ ବିଦ୍ୟୁତ ଯୋଗାଣ ବନ୍ଦ ଯୋଗୁଁ ଉଭୟ ବିଏସଏନଏଲ ଓ ୪ଜି ସେବା ଠପ ହୋଇଯାଇଛି। ଏପରି ବିଦ୍ୟୁତ ବିଭ୍ରାଟ ଯୋଗୁ ଦାରିଙ୍ଗବାଡି ବ୍ଲକର ପ୍ରାୟ ୧୭ଟି ପଞ୍ଚାୟତ ସମେତ ପଡୋଶୀ ବ୍ଲକ ବାଲିଗୁଡାର ଋତୁଙ୍ଗିଆ, କୋଟଗଡ଼ ବ୍ଲକର ପକାରୀ ଆଦି ଅଞ୍ଚଳର ହଜାର ହଜାର ଲୋକ ଏଥିପାଇଁ ପ୍ରଭାବିତ ହୋଇଛନ୍ତ।
ସୂଚନାଯୋଗ୍ୟ, ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଦିନିକିଆ କଥା ନୁହଁ ପ୍ରାୟ ଦିନ ଏଭଳି ଅଞ୍ଚଳବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତ। ଏନେଇ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କ ସହ ପଚାରିବାରୁ ସେ କହିଛନ୍ତ,ଦୁର୍ବୃତ୍ତମାନେ ଗଛ କାଟି ବିଦ୍ୟୁତ ତାର ଉପରେ ପକାଇ ଦେଉଛନ୍ତି । ଫଳରେ ଅନେକ ସମୟରେ ବିଭାଗ ହଇରାଣ ହେବା ସହ ଗ୍ରାହକମାନେ ମଧ୍ୟ ହଇରାଣ ହେଉଛନ୍ତି । ଏନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଏକାଧିକ ଥର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କନିଷ୍ଠଯନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତଳେ ବସି ରହିଛି ମୃତଦେହ, ବେକରେ ଲାଗିଛି ରଶି; ହତ୍ୟା ଅଭିଯୋଗ ଆଣିଲେ ପରିବାର

ନୀଳଗିରି,୩୧।୩(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ ହସ୍ପିଟାଲ ନିକଟସ୍ଥ ତିନିକୋଶିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ...

ଦଣ୍ଡନାଚରେ ଅଘଟଣ: ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲେ ବାପାପୁଅ

ବ୍ରହ୍ମପୁର,୩୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଦିନକୁ ଦିନ ଗଞ୍ଜାମ ଜିଲା ଅଶାନ୍ତ ହେବାରେ ଲାଗିଛି। ୪୮ ଘଣ୍ଟା ମଧ୍ୟରେ ଜିଲାରେ ତିନୋଟି ମୁଣ୍ଡ ଗଡିଛି। ଗତ ଶୁକ୍ରବାର...

ପରିତ୍ୟକ୍ତ ଅବସ୍ଥାରେ ସିମନବାଡ଼ି ଯାତ୍ରୀ ବିଶ୍ରାମାଗାର, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ; ରୂପାନ୍ତର ଲାଗି ଉଠୁଛି ଦାବି

ଦାରିଙ୍ଗବାଡି, ୩୧। (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ମୁଖ୍ୟ ବଜାର ଭାବେ ପରିଚିତ ସିମନବାଡି ଛକରେ ଥିବା ଯାତ୍ରୀ ବିଶ୍ରାମାଗାର ଏବେ ପରିତ୍ୟକ୍ତ...

କେନ୍ଦୁଝର ମାଟିର ପୁଅ ଶହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କେନ୍ଦୁଝର,୩୧।୩: କେନ୍ଦୁଝରର ଶହୀଦ ଯବାନ ରାଜକିଶୋର ମୁଣ୍ତାଙ୍କ ମରଶରୀର ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ...

ସରିଲା ରେଲଓ୍ବେ ଟ୍ରାକ୍‌ ମରାମତି କାମ, ଖୁବ୍‌ଶୀଘ୍ର ଚାଲିବ ଟ୍ରେନ୍‌

ଚୌଦ୍ୱାର,୩୧।୩:କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ସୋମବାର ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସକାଳ ୭.୧୫ ସୁଦ୍ଧାରେଲଓ୍ବେ ଟ୍ରାକ୍‌ ମରାମତି...

ହାଇଓ୍ବାକୁ ପିଟିଲା ଟ୍ରଲର୍‌; ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଆନନ୍ଦପୁର,୩୧।୩(ସୁଶାନ୍ତ କୁମାର ସାହୁ ): ଜାତୀୟ ରାଜପଥ ୨୦ ନମ୍ବର ଘସିପୁରା ଥାନା ଶୈଲଙ୍ଗ ବିଜି ମୋଟର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ସୋମବାର ଭୋର...

ସରିଆସୁଛି ବଜେଟ ଅଧିବେଶନ: ଆଲୋଚନାରେ ବିଜେଡି, ଭାଜପା; ବାହାରେ କଂଗ୍ରେସ

ଭୁବନେଶ୍ୱର,୩୧।୩(ରବିନାରାୟଣ ଜେନା): ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅବଧି ଶେଷ ହେବାକୁ ଆଉ ୪ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରେ ୨ଟି ଅଫିସିଆଲ ବିଜ୍‌ନେସ୍‌ ରହିଥିବାବେଳେ...

ବାପା ଜୟନାରାୟଣଙ୍କୁ ଅନୁସରଣ କଲେ ଶୁଭଶ୍ରୀ,ବନ୍ଦେ ଉତ୍କଳ ଜନନୀ ଗାନବେଳେ ବସି ରହିଲେ

ସମ୍ବଲପୁର,୩୧ା୩(ଭବାନୀ ଶଙ୍କର ଭୋଇ): ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ରବିବାର ଅନୁଷ୍ଠିତ ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image