Categories: ଖେଳ

ଆଇପିଏଲର ୨୪ ତମ ମ୍ୟାଚ: ବେଙ୍ଗାଲୁରୁରେ ସିଏସକେ-ଆରସିବି ଲଢ଼େଇ…

ବେଙ୍ଗାଲୁରୁ,୧୭।୪ : ସୋମବାର ଆଇପିଏଲ ୨୦୨୩ର ସଜିନ ୧୬ର ୨୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ମହେନ୍ଦ୍ର ସିଂ ଧୋନି ଗୋଟିଏ ପଟେ ଏବଂ ବିରାଟ କୋହଲି ଅନ୍ୟ ପଟେ ଥିବାରୁ ମ୍ୟାଚ ବେଶ ରୋମାଞ୍ଚକର ହେବାକୁ ଯାଉଛି। ଉଭୟ ଦଳ ପାଇଁ ମ୍ୟାଚ ଜିତିବା ଆବଶ୍ୟକ। କାରଣ ପଏଣ୍ଟ ଟେବୁଲରେ ସିଏସକେ ଷଷ୍ଠ ସ୍ଥାନରେ ଅଛି ଏବଂ ଆରସିବି ୭ ନମ୍ବରରେ ଅଛି। ସେଥିପାଇଁ ଏହି ଦୁଇ ଦଳ ପାଇଁ ବିଜୟ ଜରୁରୀ ହୋଇ ପଡ଼ିଛି।

ଚେନ୍ନାଇ ସୁପର କିଙ୍ଗ୍ସର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ଋତୁରାଜ ଗାଇକ୍ୱାଡ, ଡିଭନ କନୱେ, ଅଜିଙ୍କ୍ୟ ରାହାନେ, ମୋଇନ ଅଲି, ଅମ୍ବାତି ରାୟୁଡୁ / ଆକାଶ ସିଂ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନି (ଅଧିନାୟକ , ଓ୍ବକେଟ କିପର), ଡୱେନ ପ୍ରିଟୋରିୟସ / ମାଟିଶ ପାଥିରାନା, ମହେଶ ଥିଶାନା, ତୁଶର ଦେଶପାଣ୍ଡେ ପ୍ରମୁଖ ରହିଛନ୍ତି।

ସେହିପରି ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋରର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ବିରାଟ କୋହଲି, ଫାଫ ଡୁ ପ୍ଲେସିସ (ଅଧିନାୟକ), ମହିପାଲ ଲୋମର, ଗ୍ଲେନ ମ୍ୟାକ୍ସୱେଲ, ଶାହାବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (ୱିକେଟ କିପର), ୱାନିନ୍ଦୁ ହାସରାଙ୍ଗା, ହର୍ଷଲ ପଟେଲ, ୱେନ ପାର୍ନେଲ, ମହମ୍ମଦ ସିରାଜ, ବୈଷ୍ଣବ ବିଜୟକୁମାର ରହିଛନ୍ତି।

Share