ପୁରୁଷୋତ୍ତମପୁର,୨୩।୧(ଡି.ଏନ୍.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଶନିବାର ‘କ୍ଳିନ ଆଣ୍ଡ ଗ୍ରୀନ୍ ପ୍ରୋଜେକ୍ଟ“ଆରମ୍ଭ ହୋଇଛି। ବିଚାରପତି ଦିଲ୍ଲୀପ କୁମାର ବାରିକ ଏହା ସମ୍ପର୍କରେ ଗୁରୁତ୍ୱାରୋପ କରି ପରିବେଶ ସୁରକ୍ଷା ସହ ସଫାସୁତରା ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ସମସ୍ତ କର୍ମଚାରୀଙ୍କୁ ନେଇ ନିଜେ ବିଚାରପତି ଝାଡ଼ୁ ଧରି କୋର୍ଟ ପରିସର, ରାସ୍ତାଘାଟ ସଫାକରିଛନ୍ତି। ଜଣେ ବିଚାରପତି ରାସ୍ତାରେ ଝାଡୁ ମାରି ସଫାସୁତୁରା କରିବା ଏଠାରେ ଏକ ଉଦାହରଣ ସୃଷ୍ଟି କରିଛି।