ଭଦ୍ରକ ଅଫିସ,୨୭ା୭: ସୋମବାର ଭଦ୍ରକ ଜିଲାରୁ ଆଉ ୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭ରେ ପହଞ୍ଚିଥିବା ବେଳେ ୩୯୯ ଜଣ ସୁସ୍ଥ ହୋଇଛନ୍ତି। ୧୪୬ ଜଣ ଚିକିତ୍ସିତ ହେଉଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଭଦ୍ରକ