ଭାରତ ସମେତ ୨୫ଟି ଦେଶରେ ଦେଖାଯାଉଛି ଉତ୍କଟ ଜଳ ସଙ୍କଟ, ବର୍ଷକର ଗୋଟିଏ ମାସରେ ଜଳାଭାବରେ ରହୁଛନ୍ତି ୪୦୦କୋଟି ଲୋକ

ନୂଆଦିଲ୍ଲୀ,୧୯।୮: ଗ୍ଲୋବାଲ ଓ୍ବାର୍ମିଂ ପରି ଭାରତ ସମେତ ବିଶ୍ୱର ୨୫ଟି ଦେଶ ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଛି। ଅଧ୍ୟୟନ ଅନୁଯାୟୀ, ଏହି ଦେଶଗୁଡିକରେ ହେଉଥିବା ଜଳ ଯୋଗାଣର ୮୦ ପ୍ରତିଶତରୁ ଅଧିକ ଜଳ ଖର୍ଚ୍ଚ କରୁଛନ୍ତି। ଏହି ଦେଶରେ କେବଳ ଗ୍ରୀଷ୍ମ ନୁହେଁ ବର୍ଷସାରା ଜଳ ଅଭାବ ଦେଖାଯାଉଛି। ଜଳ ସଙ୍କଟ ଏଠାରେ ବାସ କରୁଥିବା ଲୋକଙ୍କ ଜୀବନ, ଜୀବିକା, ଖାଦ୍ୟ ଯୋଗାଣ, କୃଷି, ଶିଳ୍ପ ଉପରେ ପ୍ରଭାବ ପକାଉଛି। ବିଶ୍ୱ ସମ୍ବଳ ପ୍ରତିଷ୍ଠାନ (ଡବ୍ଲୁଆରଆଇ) ଦ୍ୱାରା ପ୍ରକାଶିତ ଆକ୍ୱେଡକ୍ଟ ୱାଟର ରିସ୍କ ଆଟଲାସର ସର୍ବଶେଷ ତଥ୍ୟରେ ଏହି ସୂଚନା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ବିଶ୍ୱର ଏକ ଚତୁର୍ଥାଂଶ ଜନସଂଖ୍ୟାର ସ୍ଥାୟୀ ନିବାସ ହେଉଛନ୍ତି ଏହି ୨୫ଟି ଦେଶ।

ଆଞ୍ଚଳିକ ସ୍ତରରେ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକାରେ ଜଳ ସଙ୍କଟ ଗମ୍ଭୀର ରୂପ ଦେଖାଯାଇଛି। ଏହି ଅଞ୍ଚଳର ୮୩ଶତକଡା ଲୋକ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଦକ୍ଷିଣ ଏସିଆର ପ୍ରାୟ ୭୪ଶତକଡା ଜନସଂଖ୍ୟା ଜଳ ସଙ୍କଟରେ ପୀଡିତ। ୧୯୬୦ ତୁଳନାରେ ଜଳର ଚାହିଦା ଦ୍ୱିଗୁଣିତ ହୋଇଛି। ଜନସଂଖ୍ୟା, ଶିଳ୍ପ, କୃଷି, ଗୋରୁ, ଶକ୍ତି ଉତ୍ପାଦନ, ନିର୍ମାଣ ଏବଂ ଜଳବାୟୁ ପରିବର୍ତ୍ତନ ପରି ଏହି କାରଣଗୁଡିକ ପାଇଁ ଜଳ ସଙ୍କଟ ଦେଖା ଦେଇଛି।

ଅଧ୍ୟୟନ ଅନୁଯାୟୀ, ବିଶ୍ୱର ପ୍ରାୟ ୪୦୦କୋଟି ଲୋକ ବର୍ଷକର ଗୋଟିଏ ମାସରେ ଜଳାଭାବର ସମ୍ମୁଖୀନ ହୁଅନ୍ତି। ୨୦୫୦ ସୁଦ୍ଧା ୧୦୦କୋଟି ଲୋକ ଜଳ ଅଭାବର ସମ୍ମୁଖୀନ ହେବେ ବୋଲି ଅନୁମାନ କରାଯାଉଛି।

Share