ବିଶ୍ୱରେ ସ୍କୁଲ ଶିକ୍ଷାରୁ ବଞ୍ଚିତ ଅଛନ୍ତି ୨୫କୋଟି ପିଲା: ଜାତିସଂଘ

ନୂଆଦିଲ୍ଲୀ,୨୨।୯: ଖାଦ୍ୟ, ପୋଷାକ ଓ ବାସଗୃହ ପରି ଶିକ୍ଷା ମଧ୍ୟ ପ୍ରତିଟି ମନୁଷ୍ୟର ମୌଳିକ ଅଧିକାର। ସେଥିପାଇଁ ଭାରତରେ ୬ରୁ ୧୪ବର୍ଷ ଯାଏଁ ପିଲାଙ୍କ ପାଇଁ ଶିକ୍ଷାକୁ ମାଧ୍ୟତାମୂଳକ କରାଯାଇଥିବାବେଳେ ବିଶ୍ୱରେ ଏହାକୁ ୧୫ବର୍ଷ ଯାଏଁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଏସବୁ ଆଇନକାନୁନ୍‌ ଅକାମୀ ହୋଇଯାଇଛି ପରି ମନେ ହେଉଛି। କାରଣ ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ୨୫କୋଟି ପିଲା ଏବେ ବି ସ୍କୁଲ ଶିକ୍ଷାରୁ ବଞ୍ଚିତ ଅଛନ୍ତି। ସେହିପରି ଦକ୍ଷିଣ ଏସିଆର ୩କୋଟି ୫୦ଲକ୍ଷରୁ ଅଧିକ ପିଲା ଉପଯୁକ୍ତ ଭାବେ ପ୍ରାଥମିକ ଶିକ୍ଷା ଗ୍ରହଣ କରିନାହାଁନ୍ତି।

ୟୁନିସେଫ ରିପୋର୍ଟ ଅନୁଯାୟୀ, ଯେଉଁ ଦେଶରେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଛି, ସେହି ଦେଶ ଗଭୀର ଅସମାନତାର ଶିକାର ହେବାକୁ ଯାଉଛନ୍ତି। କମ୍‌ ଆୟ କରୁଥିବା ଦେଶଗୁଡିକରେ ପ୍ରାୟ ପାଞ୍ଚଟି ପିଲାଙ୍କ ମଧ୍ୟରୁ କେବଳ ଜଣେ ପ୍ରାଥମିକ ଶିକ୍ଷା ପାଇଁ ନାମ ଲେଖାଇପାରୁଛନ୍ତି।

ଏହି ପରିପ୍ରେକ୍ଷୀରେ, ମିଳିତ ଜାତିସଂଘର ଶିକ୍ଷାଗତ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ ୟୁନେସ୍କୋ ଏହାର ନୂତନ ରିପୋର୍ଟ ‘ଏସଡିଜି ମିଡର୍ଟମ ପ୍ରୋଗେସିଭ ରିଭ୍ୟୁ’ ଅନୁଯାୟୀ, ୨୦୨୧ରୁ ସ୍କୁଲ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କର ସଂଖ୍ୟା ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଖ୍ୟା ଗତ ଦୁଇ ବର୍ଷ ତୁଳନାରେ ୬୦ଲକ୍ଷ ବୃଦ୍ଧି ପାଇ ୨୫କୋଟିରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri