ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ

ଛତ୍ରପୁର,୧୦।୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ତୁଳସୀ ନଗର ୪ର୍ଥ ଲାଇନ ନିବାସୀ କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେ ପଶି ୨୫ ଭରି ସୁନା,୪୦ ଭରି ରୂପା, ନଗଦ୨୫ ହଜାର ଟଙ୍କା ଓ ଏଟିଏମ, ଆଧାର କାର୍ଡ ସମେତ ଆନ୍ୟନ୍ୟ କାଗଜପତ୍ର ଚୋରି କରି ନେଇଯାଇଛନ୍ତି। ଏ ନେଇ ସେ ମଙ୍ଗଳବାର ସକାଳେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ଏହାର ସୂଚନା ପାଇ ଘଟଣାସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ। ଘରେ ଭିତରେ ପରିବାର ଲୋକେ ଶୋଇଥିଲେ ତଥାପି ଚୋର ଗ୍ୟାଙ୍ଗ ଚୋରି କରିବାରେ ସଫଳ ହୋଇଛି। ଝରକା ଭାଙ୍ଗି ଘର ଭିତରେ ପଶି ଦୁର୍ବୃତ୍ତମାନେ ଚୋରି କରିଛନ୍ତି। ଏଣୁ ପୋଲିସ ରାତ୍ର ସମୟରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି।

Share