୨୫ ଲକ୍ଷର ଜେନେରେଟର ପରିତ୍ୟକ୍ତ

ଢେଙ୍କାନାଳ, ୨୮।୭(ରତନ ନାୟାର): ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ଷଣାବେକ୍ଷଣ ଅଭାବରୁ ୨୫ ଲକ୍ଷ ଟଙ୍କାର ଦୁଇଟି ବଡ଼ ଜେନେରେଟର ଖତ ଖାଉଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
୨୦୧୯ରେ କରୋନା ମହାମାରୀ ସମୟରେ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ଲାଗି ବ୍ୟବହାର କରାଯାଇଥିଲା। ଏଠାରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ଅନୁଦାନ ଅର୍ଥରେ ସାଢ଼େ ୧୨ ଲକ୍ଷ ଟଙ୍କା ଲେଖାଏ ବିନିମୟରେ ୨ଟି ଜେନେରେଟର ଅଣାଯାଇଥିଲା। କୋଭିଡ୍‌ ସ୍ଥିତି ସ୍ବାଭାବିକ ହେବା ପରେ ଏହାକୁ ବିଭାଗୀୟ କର୍ତ୍ତୃପକ୍ଷ ଭୁଲିଯାଇଛନ୍ତି। ଫଳରେ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ଦୁଇ ଜେନେରେଟର ଚାରିପଟେ ଗଛଲତା ମାଡ଼ି ଗଲାଣି। ଆବର୍ଜନାମୟ ସ୍ଥାନରେ ପଡ଼ି ପଡ଼ି ଏହା ନଷ୍ଟ ହେବାକୁ ବସିଛି। ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। କେବଳ ଜେନେରେଟର ନୁହେଁ, କୋଭିଡ୍‌ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଥିବା ଫ୍ୟାନ୍‌, ଏସି ମଧ୍ୟ ରକ୍ଷଣାବେକ୍ଷଣ କରାଯାଉନାହିଁ। ତେଣୁ ସେଗୁଡ଼ିକ କିଭଳି ସ୍ଥିତିରେ ଅଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ କୁହନ୍ତି, ଥରେ ବଣବୁଦା ସଫା କରାଯାଇଥିଲା। ପୁଣି ଜେନେରେଟର ଥିବା ସ୍ଥାନରେ ଗଛଲତା ମାଡ଼ିଗଲାଣି। ଏହାକୁ ସଫା କରାଯିବ। ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଜେନେରେଟର ରହିଛି। ତେଣୁ ଉକ୍ତ ଦୁଇଟି ଜେନେରେଟରକୁ ପୁରୁଣା ଜିଲା ଚିକିତ୍ସାଳୟରେ ରଖାଯାଇଛି। ନିକଟ ଭବିଷ୍ୟତରେ ସେଠାରେ ମାନସିକ ରୋଗୀଙ୍କ ପାଇଁ ୟୁନିଟ୍‌ ଖୋଲାଯିବାକୁ ପ୍ରସ୍ତାବ ରହିଛି। ଏହା ସେତେବେଳେ କାମରେ ଆସିବ ବୋଲି ସିଡିଏମ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri