ଭିଟାମାଟି ଛାଡିଲେ ୨୫ ଲକ୍ଷ ଇସ୍ରାଏଲ ନାଗରିକ, ପଚାସଢ଼ା ମୃତଦେହ ଚିହ୍ନିବା କଷ୍ଟକର…

ଜେରୁଜେଲମ,୧।୧୧: ଗାଜା ଯୁଦ୍ଧ ଯୋଗୁ ଏପର୍ଯ୍ୟନ୍ତ ପ୍ରାୟ ୨୫ ଲକ୍ଷ ଇସ୍ରାଏଲ ନାଗରିକ ଭିଟାମାଟି ଛାଡିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସ୍ଥାନୀୟ ପରିଷଦ ସହିତ ଦକ୍ଷିଣରେ ଏସବୁ ଲୋକଙ୍କ ଯତ୍ନ ନେବା ପାଇଁ କାର୍ଯ୍ୟ କରୁଛନ୍ତି। ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏଥିରେ ଅନାଥ ହୋଇଯାଇଥିବା ଏବଂ ୨୯ ଟି ଆଞ୍ଚଳିକ ପରିଷଦରେ ଅଛନ୍ତି।

ଦକ୍ଷିଣ ଅଞ୍ଚଳରେ ଅସ୍ଥାୟୀ କବର ନିର୍ମାଣ କରାଯାଇଛି। ଏଠାରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଉଛି। ରାସ୍ତାରେ ପଡ଼ିଥିବା କୁଢ଼କୁଢ଼ ପଚାସଢ଼ା ମୃତଦେହକୁ ଚିହ୍ନିବା କଷ୍ଟକର ହୋଇପଡୁଛି। ଚାରିଆଡେ ଦୁର୍ଗନ୍ଧ ଯୋଗୁ ବାୟୁ ପ୍ରଦୁଷଣ ସହିତ ହଇଜା ବ୍ୟାପିବାର ଆଶଙ୍କା ବଢ଼ିବାରେ ଲାଗିଛି।

Share