୨୫ ତାଲା ଭାଙ୍ଗି ଚୋରି

ସମ୍ବଲପୁର,୨୬ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାର କଲେଜ ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏଫ୍‌ଏମ୍‌ଟି, ପାଥୋଲୋଜି, ମାଇକ୍ରୋବାଇଲୋଜି, ଆନୋଟୋମି ବିଭାଗ କୋଠରୀର ପ୍ରାୟ ୨୫ ତାଲା ଭଙ୍ଗାଯାଇ ୨ ଲାପ୍‌ଟପ, ୧ ପ୍ରୋଜେକ୍ଟର ମେଶିନ ଚୋରି ହୋଇଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ପ୍ରଦୀପ ମହାନ୍ତି ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା(ନଂ.୧୧୪/୨୧) ରୁଜୁ ହୋଇଛି। ବୁର୍ଲା ଥାନା ଅଧିକାରୀ ବି.ବି. ଭୋଇ କହିଛନ୍ତି, ଶୁକ୍ରବାର ସକାଳେ କଲେଜରୁ ଚୋରି ହୋଇଥିବା ନେଇ ଅଭିଯୋଗ ପରେ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଏହି ସମୟରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଓ ୱାଚରଙ୍କୁ ପଚରାଉଚୁରା କରାଯାଇଛି। କେତେକ ସ୍ଥାନରେ ସିସିଟିଭି ଅଚଳ ଯୋଗୁ ସାହଯ୍ୟ ନେଇ ହେଉନାହିଁ। ତଥାପି ସୁରାକ ମିଳିଛି, ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଥିଲେ। ଏ ସମ୍ପର୍କରେ ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର କହିଛନ୍ତି, ଚୋରିକୁ ନେଇ ଅଭିଯୋଗ ହୋଇଛି। ସୁରକ୍ଷା କର୍ମୀମାନଙ୍କୁ ପୋଲିସ ପଚରାଉଚୁରା କରୁଛି। ଆଗକୁ ଆହୁରି ସୁରକ୍ଷା କର୍ମୀ ନିୟୋଜିତ କରାଯିବ।

Share