୨୫ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଭୁବନେଶ୍ୱର,୧।୯ (ବ୍ୟୁରୋ):  ରାଜ୍ୟ ସରକାର ସୋମବାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୨୫ ଜଣ ଓଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ଶୈଳେନ୍ଦ୍ର କୁମାର ଦ୍ୱିବେଦୀଙ୍କୁ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ, କୃଷ୍ଣପ୍ରସାଦ ପତିଙ୍କୁ ଇଆଣ୍ଡ୍‌ଆଇଟି ବିଭାଗ ଅତିରିକ୍ତ ସଚିବ, ଦୟାନିଧି ନାୟକଙ୍କୁ କୃଷି ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ମେରି ଲାକ୍ରାଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ମୋହନ ଚରଣ ଦାସଙ୍କୁ ମହିଳା, ଶିଶୁ କଲ୍ୟାଣ ଓ ମିଶନ୍‌ ଶକ୍ତିର ଅତିରିକ୍ତ ସଚିବ, ପ୍ରଭାତ କୁମାର ଭୋଇଙ୍କୁ ଜଳ ସମ୍ପଦ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିଶ୍ୱନାଥ ବାରିକଙ୍କୁ ଲୋକାୟୁକ୍ତଙ୍କ ଅତିରିକ୍ତ ସଚିବ, ଦୁର୍ବାଦଳ ମେହେରଙ୍କୁ ଶିଳ୍ପ ବିଭାଗ ଅତିରିକ୍ତ ସଚିବ, ମନୋଜା ଦେବୀଙ୍କୁ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ, ତ୍ରିଲୋଚନ ମାଝିଙ୍କୁ ଆୟୁଷ ନିର୍ଦ୍ଦେଶକ ଓ ନୃସିଂହ ଚରଣ ସ୍ବାଇଁଙ୍କୁ ଅର୍ଥ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତ ମିଳିଥିବା ଜଣାପଡ଼ିଛି। ସେହିପରି ବିଜୟ କୁମାର ପୃଷ୍ଟିଙ୍କୁ ଅର୍ଥ ବିଭାଗ ଅତିରିକ୍ତ ସଚିବ, ପୁରନ୍ଦର ଧାରୁଆଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

Share