ଘରକୁ ଫେରିଲେ ୨୫ ଯାତ୍ରୀ

ଭଦ୍ରକ ଅଫିସ, ୬।୬: ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ୨୫ ଯାତ୍ରୀ ସୋମବାର ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ଜିଲା ପ୍ରଶାସନ ଝାଡ଼ଖଣ୍ଡ ଓ ବିହାରକୁ ୨, ପଶ୍ଚିମବଙ୍ଗକୁ ୨ ମୋଟ ୪ ଗାଡ଼ିରେ ସେମାନଙ୍କୁ ଘରକୁ ପଠାଇଛି। ପଶ୍ଚିମବଙ୍ଗ ମୁର୍ସିଦାବାଦର ୧୨ଜଣଙ୍କୁ ନେବା ପାଇଁ ହାଓଡା ଅତିରିକ୍ତ ଜିଲାପାଳ ଯତୀନ ଯାଦବ ଭଦ୍ରକ ଡାକ୍ତରଖାନାରେ ପହଞ୍ଚତ୍ଥିଲେ। ପଶ୍ଚିମବଙ୍ଗରେ କରାଯାଇଥିବା ସ୍ବତନ୍ତ୍ର କ୍ୟାମ୍ପରେ ଆହତମାନେ ପହଞ୍ଚତ୍ବା ପରେ ସେମାନଙ୍କ ଘରକୁ ଯିବେ। ଭଦ୍ରକ ମେଡିକାଲରେ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା ଓ ଜିଲା ପ୍ରଶାସନର ସହଯୋଗକୁ ସେ ପ୍ରଶଂସା କରିଥିଲେ। ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ସହାୟତା ରାଶି ସମସ୍ତ ଆହତଙ୍କୁ ୫୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। କେତେଜଣ ଆହତ ପୂର୍ବରୁ ଘରକୁ ପଳାଇ ଯାଇଥିଲେ ମଧ୍ୟ ସୋମବାର ଡାକ୍ତରଖାନାକୁ ଆସି ସେମାନଙ୍କ ସହାୟତା ରାଶି ଚେକ୍‌ ନେଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର କହିଛନ୍ତି। ଚେକ୍‌ ପାଇବା ପରେ ବହୁତ ଖୁସି ଥିବା ମୁର୍ସିଦାବାଦର ଅଜିତ୍‌ ପାହାଡ଼ିଆ କହିଥିଲେ। ଏହି ଭୟଙ୍କର ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଯାଇଛି। ସେମାନେ ୮ଜଣ କାମ କରିବାକୁ ଚେନ୍ନାଇ ଯାଉଥିଲେ। ସମସ୍ତେ ଭଲ ଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।