ସମ୍ପୂର୍ଣ୍ଣ ଟିକା ନେଇଥିବା ୨୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ: ସର୍ଭେ

ନୂଆଦିଲ୍ଲୀ,୩୧ ।୮: ରାଜଧାନୀ ଦିଲ୍ଲୀର ଏକ ହସ୍ପିଟାଲରେ ସମ୍ପୂର୍ଣ୍ଣ ଭାବେ ଟିକା ନେଇଥିବା ୨୫ ପ୍ରତିଶତ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ହେଲେ କେହି ହସ୍ପିଟାଲରେ ଭର୍ତ୍ତି ହୋଇ ନାହାଁନ୍ତି । କାରଣ କେହି ଗୁରୁତର ହୋଇ ନାହାନ୍ତି । ଏକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ନ୍ୟୁଜ ୱେବସାଇଟ ହିନ୍ଦୁର ଖବର ଅନୁଯାୟୀ, ଏହି ସର୍ଭେ ଦିଲ୍ଲୀ ଓ ଗୁରୁଗ୍ରାମର ମ୍ୟାକ୍ସ ଗ୍ରୁପ ଅଫ୍ ହସ୍ପିଟାଲ୍ସର ୬୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ କରାଯାଇଥିଲା । ଯାହାର ନେତୃତ୍ୱ ଇନଷ୍ଟିଚ୍ୟୁଟ ଅଫ୍ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜିର ବିଶେଷଜ୍ଞମାନେ କରିଥିଲେ । ଅଧ୍ୟୟନରେ ସମ୍ପୂର୍ଣ୍ଣ ଭାବେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କ ନିକଟରେ ଆଣ୍ଟିବଡି ମିଳିଥିଲା ।

Share