ଚଣ୍ଡିଗଡ଼,୫ ।୪: ହରିୟାଣା ସରକାର ଶିକ୍ଷା ଅଧିକାର (ଆରଟିଇ) ଅଧିନିୟମ ଅନୁଯାୟୀ, ଗିରିବ ଶିଶୁଙ୍କ ପାଇଁ ଘରୋଇ ସ୍କୁଲରେ ପାଠ ପଢିବା ଲାଗି ଅଣ୍ଟା ଭିଡିଛନ୍ତି । ଅନୁସୁଚିତ ଜାତି, ଜନଜାତି, ଗରିବ ଶିଶୁ ଓ ୧.୮୦ଲକ୍ଷରୁ କମ୍ ଆୟ କରୁଥିବା ପରିବାରର ପିଲାମାନେ ରାଜ୍ୟରେ ଥିବା ଅନୁଦାନ ପ୍ରାପ୍ତ ସ୍କୁଲରେ ଶିକ୍ଷାବର୍ଷ ୨୦୨୨-୨୩ରେ ପ୍ରଥମ ଶ୍ରେଣୀ ଓ ଏହାର ପୂର୍ବ ଶ୍ରେଣୀ ଅର୍ଥାତ୍ ନର୍ସରୀରେ ପାଠ ପଢିବା ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ ।
ଶିକ୍ଷାମନ୍ତ୍ରୀ କୱର ପାଲ ଗୁର୍ଜର କହିଛନ୍ତି ସରକାର ଏହି ନିଷ୍ପତ୍ତି ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଅନୁସାରେ ୧୨(୧)ପ୍ରାବଧାନ ଅନୁପାଳନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏହାକୁ ସ୍ୱିକୃତି ପ୍ରଦାନ କରିଛନ୍ତି ।