ଜର୍ମାନୀରେ ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ରରେ ୨୫ ସନ୍ଦିଗ୍ଧ ଗିରଫ…

ବର୍ଲିନ,୮।୧୨ : ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଦକ୍ଷିଣପନ୍ଥୀ ଉଗ୍ରବାଦୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଜର୍ମାନୀର ଅନେକ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୋଲିସ ଚଢ଼ାଉ ସମୟରେ ୨୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।

ଏହି ସନ୍ଦିଗ୍ଧ ଉଗ୍ରବାଦୀଙ୍କ ପାଇଁ ୩୦୦୦ ଅଧିକାରୀ ଦେଶର ୧୬ ଟି ରାଜ୍ୟ ମଧ୍ୟରୁ ୧୧ ଟିର ୧୩୦ରେ ଚଢ଼ାଉ କରାଯାଇଥିଲା। ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟତା ସନ୍ଦେହରେ ୨୨ ଜଣ ଜର୍ମାନ ନାଗରିକ ଏବଂ ରୁଷିଆ ସମେତ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଥିଲା।

ଜର୍ମାନୀର ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଦକ୍ଷିଣପନ୍ଥୀ ଉଗ୍ରବାଦୀ ଗୋଷ୍ଠୀ ହିଂସାତ୍ମକ କ୍ଷମତା ଦଖଲ ଷଡ଼ଯନ୍ତ୍ର ରଚି ଥିଲେ। ଏହାର ଅନୁଗାମୀମାନେ ଜର୍ମାନୀରେ ଯୁଦ୍ଧ ପରବର୍ତ୍ତୀ ସମ୍ବିଧାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସାରା ଦେଶରେ ନିର୍ବାଚିତ ସରକାରକୁ ହଟାଇବାକୁ ଲଗାତାର ଆହ୍ବାନ ଦେଉଛନ୍ତି।

Share