୬ ଟଙ୍କାର କ୍ୟାରିବ୍ୟାଗ୍‌ ପାଇଁ ୨୫ ହଜାର ତଣ୍ଡ

କଟକ ଅଫିସ,୫ା୧୧: ୬ ଟଙ୍କାର କ୍ୟାରିବ୍ୟାଗ୍‌ ପାଇଁ କଟକ ବକ୍ସିବଜାରସ୍ଥିତ ବଜାର କୋଲକାତା ଶପିଂ ମଲ ତଣ୍ଡ ଗଣିବ। ଉକ୍ତ ଶପିଂ ମଲ୍‌କୁ ଜିଲା ଖାଉଟି ଅଦାଲତ ଏଭଳି ଦଣ୍ଡିତ କରିଛନ୍ତି। ଜଣେ ଗ୍ରାହକଙ୍କୁ ନ ଜଣାଇ କ୍ୟାରି ବ୍ୟାଗ ପାଇଁ ୬ ଟଙ୍କା ନେବା ଅଭିଯୋଗର ଶୁଣାଣି କରି ଅଦାଲତ ୨୫ ହଜାର ଟଙ୍କା ଅର୍ଥଦଣ୍ଡ ୩୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ବିଚାରପତି ଦେବାଶିଷ ନାୟକ ଓ ଶିବାନନ୍ଦ ମହାନ୍ତିଙ୍କ ଖଣ୍ଡପୀଠ ଗତ ୧୯ ତାରିଖରେ ଏହି ରାୟ ଶୁଣାଇଛନ୍ତି।
ପୁରୀଘାଟ ଥାନା ଅନ୍ତର୍ଗତ ହରିପୁର ମୂଳିଆସାହିର ପଦ୍ମଲୋଚନ ରାଉତ ବକ୍ସିବଜାରସ୍ଥିତ ବଜାର କୋଲକାତାରୁ ୨୦୨୦ ଡିସେମ୍ବର ୨୮ରେ ଏକ ଟି-ଶାର୍ଟ କିଣିଥିଲେ। ଏ ବାବଦରେ ୨୪୯ ଟଙ୍କା ଦେବାକୁ ସେ କାଉଣ୍ଟରରେ ଉପସ୍ଥିତ ଥିବାବେଳେ ତାଙ୍କୁ କ୍ୟାରିବ୍ୟାଗ୍‌ ଦରକାର କି ବୋଲି ପଚରାଯାଇଥିଲା। ସେ ହଁ କହିବାରୁ ତାଙ୍କୁ ଗୋଟାଏ କ୍ୟାରି ବ୍ୟାଗ ଦିଆଯାଇଥିଲା। ମାତ୍ର ସେ କାର୍ଡ ମାଧ୍ୟମରେ ଟଙ୍କା ଦେବା ପରେ ଜାଣିଲେ ଯେ ତାଙ୍କଠାରୁ ୬ ଟଙ୍କା ଅଧିକ ନିଆଯାଇଛି। କ୍ୟାରି ବ୍ୟାଗ ନେବାକୁ ପଚାରିବାବେଳେ ଏଥିପାଇଁ ୬ ଟଙ୍କା ଦେବାକୁ ପଡ଼ିବ ବୋଲି ତାଙ୍କୁ କେହି କହି ନ ଥିଲେ କି ମଲ୍‌ ମଧ୍ୟରେ ଏ ସମ୍ପର୍କିତ କୌଣସି ଲେଖା ମଧ୍ୟ ନ ଥିଲା। ସେ ଏ କଥା ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ସେ ମାନସିକ ଭାବେ ଆଘାତ ପାଇ ଫେରିଆସିଥିଲେ। ପରେ ଉକ୍ତ ଶପିଂ ମଲ୍‌ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଲିଗାଲ ନୋଟିସ ପଠାଇଥିଲେ। ନିର୍ଦ୍ଧାରିତ ଦିନ ସପିଂ ମଲ୍‌ ତରଫରୁ କେହି କାଉନସେଲିଂ ସେଣ୍ଟରକୁ ଆସି ନ ଥିଲେ। ଫଳରେ ପଦ୍ମଲୋଚନ ରାଉତ ଏନେଇ ଜିଲା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ କ୍ଷତିପୂରଣ ୬୦ ହଜାର ଟଙ୍କା, ମାନସିକ ନିର୍ଯାତନା ନିମନ୍ତେ ୧୫ ହଜାର ଟଙ୍କା ଓ ମାମଲାଜନିତ ଖର୍ଚ୍ଚ ବାବଦରେ ୧୫ ହଜାର ଟଙ୍କା ପ୍ରଦାନ ପାଇଁ ଦାବି କରିଥିଲେ। ତେବେ ବିଚାରପତିଙ୍କ ଖଣ୍ଡପୀଠ ତାଙ୍କ ରାୟରେ ମାନସିକ ନିର୍ଯାତନାଜନିତ କ୍ଷତିପୂରଣ ବାବଦରେ ୧୦ ହଜାର ଟଙ୍କା ଓ ମାମଲା ଖର୍ଚ୍ଚଜନିତ ୧୫ ହଜାର ଟଙ୍କା ଶପିଂ ମଲ୍‌ ପକ୍ଷରୁ ଆବେଦନକାରୀଙ୍କୁ ପ୍ରଦାନ କରିବା ପାଇଁ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri