ଲିଙ୍ଗ ନିରୂପଣ ସୂଚନା ଦେଲେ ୨୫ହଜାର

ନୟାଗଡ଼ ଅଫିସ,୮।୧୨: ଗର୍ଭ ସଞ୍ଚାର ପରେ ଲିଙ୍ଗ ନିରୁପଣ କରୁଥିବା ନେଇ ସୂଚନା ଦେଲେ ସୂଚନାଦାତା ପାଇବେ ୨୫ ହଜାର ଟଙ୍କା ପୁରସ୍କାର। ତେବେ ପୁରସ୍କାର ରାଶି ୩ ସୋପାନରେ ମିଳିବ ବୋଲି ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୂତି ନିଦାନ କୌଶଳ(ପିସି ପିଏନଡିଟି) ପରାମର୍ଶ ସମିତି ବୈଠକରେ ଗୁରୁବାର କୁହାଯାଇଛି।  ଜିଲାପାଳଙ୍କ ସଭାଗୃହରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ସିଡିଏମ୍‌ଓ ମକରନ୍ଦ ବେଉରା କହିଥିଲେ, ସପ୍ତାହକୁ ୨ ଥର ଅଲଟ୍ରାସାଉଣ୍ଡ ହେଉଛି। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଅଲଟ୍ରା ସାଉଣ୍ଡ କରିବାକୁ ନିଯୁକ୍ତି ପାଇଥିବା ଗାଇନିକ୍‌ ସ୍ପେଶାଲିଷ୍ଟ କାର୍ଯ୍ୟରେ ଯୋଗ ନ ଦେବାରୁ ଅବ୍ୟସ୍ଥା ହୋଇଛି। ଯଦି କେହି ଗାଇନିକ୍‌ ସ୍ପେଶାଲିଷ୍ଟ ଅଲଟ୍ରାସାଉଣ୍ଡ କରୁଥିବେ ସେନେଇ ଆବଶ୍ୟକ ପ୍ରମାଣପତ୍ର ଦେଲେ ଆମେ ପୋଷ୍ଟିଂ କରି ପାରିବୁ। ଅନ୍ୟପକ୍ଷେ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ କାର୍ଯ୍ୟକ୍ଷମ ହୋଇଛି। ଏଠାରେ ରୋଗୀ ଉପକୃତ ହେଉଛି ବୋଲି କହିଥିଲେ। ଅନ୍ୟପକ୍ଷେ ଲିଙ୍ଗ ନିରୁପଣ ନେଇ ସୂଚନା ଦେଇଥିବା ବ୍ୟକ୍ତିର ରିପୋର୍ଟ ସତ୍ୟତା ଜଣାପଡିଲେ ପ୍ରଥମେ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ମାମଲା କୋର୍ଟକୁ ଗଲେ ପୁଣି ୧୦ ହଜାର ଓ ଦଣ୍ଡ ହେଲେ ପୁଣି ୫ ହଜାର ଟଙ୍କା ପୁରସ୍କାର ରାଶି ଯୋଗାଇ ଦିଆଯିବବୋଲି କହିଥିଲେ। ପୁରସ୍କାର ରାଶି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବହନ କରୁଛି ବୋଲି କୁହାଯାଇଛି। ଏଣୁ ଜନସାଧାରଣ ଏହାର ଫାଇଦା ନେଇ ଲିଙ୍ଗ ନିରୁପଣ କରୁଥିବା ବ୍ୟକ୍ତିଙ୍କୁ ଧରାଇବାକୁ ଜିଲାପାଳ ପରମର୍ଶ ଦେଇଛନ୍ତି। ଅପରପକ୍ଷେ ସହାୟକ ପ୍ରଜନନ ପ୍ରଯୁକ୍ତି ବିଦ୍ୟା ଅଧିନିୟମ ଓ ସରୋଗେସି ନିୟମାବଳିର ସଠିକ ଅନୁପାଳନ ପୂର୍ବକ ଟେକ୍ନୋଲୋଜିର ଅପବ୍ୟବହାରକୁ ରୋକି ଗର୍ଭସ୍ଥ ଶିଶୁର ଜୀବନ ଅଧିକାର ରକ୍ଷା କରାଯାଇ ପାରିବ ବୋଲି ମଧ୍ୟ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ତ୍ରୀ ରୋଗ ବିଶେଷଜ୍ଞ ସୁଧାଂଶୁ ଶେଖର ଷଡ଼ଙ୍ଗୀ, ଶିଶୁ ରୋଗ ବିଶେଷଜ୍ଞ ତିଳୋତ୍ତମା ଷଡ଼ଙ୍ଗୀ, ଜିଲା ସହ ପରିଚାଳକ (ଆଇନ) ଅଜିତ କୁମାର ପାଣିଗ୍ରାହୀ, କିଶୋର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟମନ୍ତ୍ରୀ ବାଣ୍ଟିଲେ ଆୟୁଷ୍ମାନ କାର୍ଡ: ହିତାଧିକାରୀଙ୍କ ଘରେ ଚା ପିଇଲେ

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚି ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହିତ ଆୟୁଷ୍ମାନ ଭାରତ...

ଆମ୍ବ ଆଣିବାକୁ ତୋଟାକୁ ଯାଇଥିଲେ, ଶୁଣ୍ଢରେ ଟେକି ଗଛରେ ପିଟିଦେଲା ଦନ୍ତା; ଚାଲିଗଲା ଜୀବନ

ବନ୍ତଳା୧୭।୪ (ଶୁସିତ କୁମାର ସାହୁ):  ଅନୁଗୋଳ ଜିଲା ବନ୍ତଳା ବନାଞ୍ଚଳ କଞ୍ଜା ସେକ୍ସନ କଞ୍ଜା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ...

ପିସିସିଏଫ୍‌ଙ୍କ ଉପସ୍ଥିତିରେ ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ ଘଡ଼ିଆଳ କୁମ୍ଭୀର

ଅନୁଗୋଳ ଅଫିସ,୧୭।୪(ମାନସ ବିଶ୍ୱାଳ)- ଅନୁଗୋଳ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସୁନାଖଣିଆ ଘାଟଠାରେ ନନ୍ଦନକାନନରୁ ଅଣାଯାଇଥିବା ୫ ଘଡ଼ିଆଳ ଓ ସାତକୋଶିଆ ଟିକରପଡ଼ା ଚିଡ଼ିଆଖାନାରୁ ଆସିଥିବା...

ପୈତୃକ ଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନୂଆଗାଁ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୈତୃକ ଗ୍ରାମ। ତେଣୁ ଗୁରୁବାର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ...

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ପାଇଁ ପୁଣି ମାପଚୁପ

ବରଗଡ,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଅଭିଯାନ ପୁଣି ଆରମ୍ଭ ହୋଇଛି। ଏହି କ୍ରମରେ ଆଜିଠାରୁ...

ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ଜରୁରୀ ମେଡିଶିନ, ନିରାଶ ହୋଇ ଫେରୁଛନ୍ତି…

ଗଞ୍ଜାମ,୧୭।୪(ବିଦ୍ୟାଧର ସାହୁ): ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ମେଡିକାଲ ଗୁଡିକୁ ମାଗଣା ଔଷଧ ପ୍ରଦାନ କରାଯାଉଛି । କିନ୍ତୁ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଉଚ୍ଚ ରକ୍ତଚାପ (ବ୍ଲଡ଼...

ତଳକାଁପଡ଼ା ଗ୍ରାମରେ ରାଜନୈତିକ ଶତ୍ରୁତାରୁ ବୋମାମାଡ଼; ୯ ଗୁରୁତର, ଲାଗି ରହିଛି ଉତ୍ତେଜନା

ତିହିଡି଼,୧୭।୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି଼ ଥାନା କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ବୁଧବାର ରାତି ୧୦ଟା ସମୟରେ ବୋମାମାଡ଼ ହୋଇଛି । ରାଜନୈତିକ...

କଟକ କମିଶନରେଟ ପୋଲିସର ଡବଲ୍‌ ଏନ୍‌କାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼

ଚୌଦ୍ୱାର,୧୭।୪(ଆଶୁତୋଷ ଦାସ): କଟକ କମିଶନରେଟ ପୋଲିସର ଡବଲ ଏନ୍‌କାଉଣ୍ଟର। ଗୁଳିମାଡ଼ରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆହତ ହୋଇଛନ୍ତି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image