ଲିଙ୍ଗ ନିରୂପଣ ତଥ୍ୟ ପ୍ରଦାନକାରୀଙ୍କୁ ମିଳିବ ୨୫ ହଜାର ଟଙ୍କା

ଛତ୍ରପୁର,୧୪।୭(ସନ୍ତୋଷ ପାଢ଼ୀ )- ଗଞ୍ଜାମ ଜିଲାରେ ଲିଙ୍ଗ ନିରୂପଣ କରି ଭୃଣ ହତ୍ୟା ହେଉଥିବା ନେଇ ତଥ୍ୟ ପ୍ରଦାନକାରୀଙ୍କ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସଙ୍କ ଅଧ୍ୟକ୍ଷତାରେ ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି॥ ଜିଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ପ୍ରକାରେ ଜିଲାରେ ଡାଏଗ୍ଲୋଷ୍ଟିକ ସେଣ୍ଟର ନିମନ୍ତେ ଆବେଦନ ହୋଇଥିବା ଚିକିତ୍ସାଳୟଗୁଡିକର ଲାଇସେନ୍ସ ସମ୍ପର୍କିତ ଆଲୋଚନା କରଯାଇଥିଲା । ଆବେଦନ ସେଣ୍ଟରଗୁଡିକୁ ଏକ ବୈଷୟିକ ଟିମ ଦାରା ଯାଞ୍ଚ କରାଯାଇ ଅନୁମୋଦନ କରାଯାଇଥିଲା।
ତେବେ ପୁରୁଷ ଲିଙ୍ଗ ଅନୁପାତରେ କନ୍ୟା ଲିଙ୍ଗଙ୍କ ସଂଖ୍ୟା କମ ରହୁଥିବା ହେତୁ ସମାଜରେ ଅନେକ ସମସ୍ୟା ଦେଖାଯାଏ । ଲିଙ୍ଗ ଅନୁପାତକୁ ସଠିକ ପରିଚାଳନା ଓ ତାରତମ୍ୟ ସକାଶେ କନ୍ୟା ଭୃଣ ହତ୍ୟା କରିବା ଆଇନଗତ ଦଣ୍ଡନୀୟ ଅପରାଧ । ଏହି କନ୍ୟା ଭୃଣ ଚିହ୍ନଟ ଏବଂ କନ୍ୟା ଭୃଣ ନଷ୍ଟ କରିବା ଦିଗରେ ପ୍ରଥମ ସୂଚନା ଜିଲା ଚିକିତ୍ସାଧିକାରୀ ଓ ଜନ ସାସ୍ଥ୍ୟ ଚିକିତ୍ସାଧିକାରୀ ପରିବାର କଲ୍ୟାଣ ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି । ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ- ୧୯୯୪ ଅନୁଯାୟୀ ଲିଙ୍ଗ ନିରୂପଣ କରୁଥିବା ଡାଏଗ୍ଲୋଷ୍ଟିକ ସେଣ୍ଟର ଗୁଡିକୁ ବନ୍ଦ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ...

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର

ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ...

ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌।...

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ; ପ୍ରସବ କରାଇବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଲେ ସରକାରୀ ନର୍ସ

ଅନୁଗୋଳ,୨୮ା୧୦: ଅତିଷ୍ଠ ହେଉଥିଲା ପ୍ରସବ ଯନ୍ତ୍ରଣା, ମାନବିକତା ହରାଇ ବସିଥିଲେ ସରକାର ଡାକ୍ତରଖାନାର ନର୍ସ। ଗର୍ଭବତୀଙ୍କ ପ୍ରସବ କରାଇବା ପାଇଁ ମାଗିଲେ ୫ ହଜାର ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri