୨୫ ୟୁକ୍ରେନ୍‌ ଯୁବତୀଙ୍କୁ ବନ୍ଧକ ରଖି ବଳାତ୍କାର କରାଯାଇଛି, ମାନବାଧିକାର କମିଶନ ରିପୋର୍ଟ…

କ୍ୱିଭ୍‌ , ୧୨।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୭ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍‌ ଦଖଲ କରିବା ଯୋଜନା କରୁଥିବା ଚେଚେନ୍ୟା କହିଛି। ରୁଷିଆ ସୈନ୍ୟ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ୟୁକ୍ରେନ ଦାବି କରିଛି।

ଏହାକୁ ଡ୍ରୋନ ମାଧ୍ୟମରେ ବ୍ୟବହାର କରାଯାଇଥିବା ୟୁକ୍ରେନ୍‌ ସୈନ୍ୟ କହିଛନ୍ତି। ୟୁକ୍ରେନ ସଂସଦର ମାନବାଧିକାର କମିଶନର ଦାବି କରିଛନ୍ତି ଯେ ୨୫ ୟୁକ୍ରେନ୍‌ ଯୁବତୀଙ୍କୁ ବନ୍ଧକ ରଖି ବଳାତ୍କାର କରାଯାଇଛି। ସେମାନଙ୍କୁ ଏକ କୋଠାର ତଳ ମହଲାରେ ବନ୍ଧକ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ୧୪ ରୁ ୨୪ ବର୍ଷ ବୟସ୍କା ବୋଲି କମିଶନ କହିଛି।

ରୁଷିଆର ସୈନିକମାନେ ବୁଚାରେ ମହିଳା ଓ ଯୁବତୀମାନଙ୍କୁ ବନ୍ଧକ ରଖି ବଳାତ୍କାର କରିଛନ୍ତି। ସେମାନେ ପ୍ରତିଦିନ ମାନସିକ ଏବଂ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ। କମିଶନ ପକ୍ଷରୁ କୁହାଯାଇଛି ଯେ ବନ୍ଧକ ହୋଇଥିବା ଅଧିକାଂଶ ଯୁବତୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି।

ରୁଷିଆ ସୈନ୍ୟ ଏବେ ସୁଦ୍ଧା ୧୭୦୦ ୟୁକ୍ରେନ୍‌ ଲୋକଙ୍କ ବନ୍ଧକ ରଖିଥିବା ଅଭିଯୋଗ ମଧ୍ୟ ହୋଇଛି। ସେମାନଙ୍କ ମଧ୍ୟରେ ୫୦୦ରୁ ଅଧିକ ମହିଳା ଥିବା କମିଶନ କହିଛି।

Share