ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତ୍ରୀ; ଚାରି ପୃଷ୍ଠାର ସୁଇସାଇଡ ନୋଟ୍‌ରେ ଲେଖିଲେ…

ବମ୍ବେ: କଳାକାରଙ୍କ ଜୀବନ ସୋସିଆଲ ମିଡିଆରେ ବହୁତ ସୁନ୍ଦର ଲାଗେ। ତାଙ୍କ ଚାକଚକ୍ୟ ଭରା ଜୀବନକୁ ଦେଖି ଅନେକ ଇର୍ଷା ମଧ୍ୟ କରନ୍ତି। ଉପରକୁ ଦେଖିବାକୁ ସୁନ୍ଦର ହେଲେ ହେଁ ବାସ୍ତବତା ଭିନ୍ନ ଥାଏ। ଅନେକ କଳାକାର ବିଗତ ଦିନରେ ଅନ୍ୟୋପାୟ ନ ପାଇ ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତି। ଏହି କ୍ରମରେ ୨୫ ବର୍ଷୀୟ କନ୍ନଡ ଅଭିନେତ୍ରୀ ସୌଜନ୍ୟା ଆତ୍ମହତ୍ୟା କରିନେଇଛନ୍ତି। ସେ ଡିପ୍ରେଶନ(ମାନସିକ ଅବସାଦ)ରେ ପୀଡ଼ିତ ଥିଲେ।

ସୌଜନ୍ୟା ଟେଲିଭିଜନ ଅଭିନେତ୍ରୀ ଥିଲେ। ଗୁରୁବାର ତାଙ୍କ ମୃତଦେହ ବାଙ୍ଗାଲୋରସ୍ଥିତ ବାସଭବନରୁ ପୋଲିସ ଉଦ୍ଧାର କରିଛି। ଆତ୍ମହତ୍ୟା କରିବା ପୂର୍ବରୁ ସେ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ। ପୋଲିସ ତାକୁ ଉଦ୍ଧାର କରିଛି। ଅଭିନେତ୍ରୀ ଚାରି ପୃଷ୍ଠାର ଉକ୍ତ ନୋଟ୍‌ରେ ପରିବାରସଦସ୍ୟ ଏବଂ ବନ୍ଧୁମାନଙ୍କୁ କ୍ଷମା ମାଗିଥିବା ଦେଖାଯାଇଛି।

ପ୍ରାଥମିକ ତଦନ୍ତରୁ ସୁଇସାଇଡ୍‌ ନୋଟ୍‌ଟି ତିନି ଦିନ ମଧ୍ୟରେ ଲେଖାଯାଇଥିବା ଜଣାପଡ଼ିଛି। ଏଥିରୁ ସେ କିଛି ଦିନ ଧରି ଆତ୍ମହତ୍ୟା କରିବା ନେଇ ଭାବୁଥିବା ସ୍ପଷ୍ଟ ହୋଇଛି।

Share