ଦିଲ୍‌ଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ ଫିଲ୍ମ ଟାଇଟେଲ୍‌ କିଏ ଦେଇଥିଲେ ଜାଣନ୍ତି କି

ବଲିଉଡରେ ରୋମାନ୍ସ ଉପରେ ନିର୍ମିତ ଅନେକ ସୁପରହିଟ ଫିଲ୍ମ ଅଛି, କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯାହା ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ରହିଯାଇଛି। ସେମିତି ଏକ ଫିଲ୍ମ ହେଉଛି ଶାହରୁଖ ଖାନ୍‌ ଏବଂ କାଜଲଙ୍କ ନିର୍ମିତ ଦିଲ୍‌ଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ। ରାଜ ଏବଂ ସିମରନଙ୍କ ପ୍ରେମ କାହାଣୀ ଉପରେ ନିର୍ମିତ ଏହି ଫିଲ୍ମ ୧ ହଜାର ସପ୍ତାହ ଧରି ମହାରାଷ୍ଟ୍ରର ଏକ ସିନେମା ହଲ୍‌ରେ ପ୍ରଦର୍ଶିତ ହୋଇଥିଲା। ଆମେରିକାର ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବାବେଳେ ଏହି ଫିଲ୍ମର ପ୍ରଶଂସା କରିଥିଲେ।
ଅକ୍ଟୋବର ୨୦, ୧୯୯୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଆଜି ୨୫ ବର୍ଷ ପୂରଣ କରିଛି। ଫିଲ୍ମ ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେର ଟାଇଟେଲ୍‌ ଅନୁପମ ଖେରଙ୍କ ସ୍ତ୍ରୀ କିରଣ ଖେର ଦେଇଥିଲେ। ନିର୍ମାତା କରଣ ଜୋହର ଏବଂ ଆଦିତ୍ୟ ଚୋପ୍ରାଙ୍କ ମନରେ ଫିଲ୍ମର ଟାଇଟଲ ବିଷୟରେ କୌଣସି ଧାରଣା ନ ଥିଲା। ଶଶି କପୁରଙ୍କ ଏକ ପୁରୁଣା ଚଳଚ୍ଚିତ୍ରର ଗୀତ ଲେ ଜାୟେଙ୍ଗେ, ଲେ ଜାୟେଙ୍ଗେ ଗୀତରୁ କିରଣ ଏହି ଟାଇଟଲ ନେଇଥିଲେ।

Share