Categories: ଜାତୀୟ

ଏନଡିଏକୁ ୨୫ ବର୍ଷ: ଜୁଲାଇ ୧୮ରେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ! ୧୯ ପାର୍ଟିଙ୍କୁ କରାଗଲାଣି ନିମନ୍ତ୍ରଣ

ନୂଆଦିଲ୍ଲୀ,୧୬।୭: ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ ବା ନାଶନାଲ ଡେମୋକ୍ରାଟିକ ଆଲାଏନ୍ସ(ଏନଡିଏ)କୁ ୨୫ ବର୍ଷ ପୂରଣ ହେବା ଅବସରରେ ଏହାର ସିଲଭର ଜୁବଲି ପାଳନ ହେବାକୁ ଯାଉଛି। ଏହାକୁ ନେଇ ୧୮ ଜୁଲାଇରେ ରାଜଧାନୀ ଦିଲ୍ଲୀରେ ମେଣ୍ଟରେ ଥିବା ଦଳମାନଙ୍କର ଏକ ବଡ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଯୋଗ ଦେବାକୁ ଏବେ ପର୍ଯ୍ୟନ୍ତ ୧୯ଟି ରାଜନୈତିକ ଦଳକୁ ନିମନ୍ତ୍ରଣ ପଠାଯାଇ ସାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ଏହି ବୈଠକକୁ ୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ ବୋଲି ବି କୁହାଯାଉଛି।

ସୂଚନାଯୋଗ୍ୟ, ୨୫ ବର୍ଷ ପୂର୍ବେ ମେ ୧୯୯୮ ରେ ଏନଡିଏ ଗଠନ କରାଯାଇଥିଲା। ଭେଟେରାନ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଏହାର ପ୍ରଥମ ଅଧ୍ୟକ୍ଷ କରାଯାଇଥିଲା। ବର୍ତ୍ତମାନ ଭାଜପା ନେତା ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାର ଅଧ୍ୟକ୍ଷ ଅଛନ୍ତି। ଏହାର ଗଠନ ପରଠାରୁ ପ୍ରାୟ ୪୧ଟି ଜାତୀୟ କିମ୍ବା ରାଜ୍ୟ ଦଳ ସଦସ୍ୟ ରହି ସାରିଛନ୍ତି। ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି, ଡିଏମକେ, ନ୍ୟାସନାଲ କନଫରେନ୍ସ, ଜେଡିୟୁ ସାମିଲ ରହିଛି।

Share