Categories: ଫୁରସତ

୨୫୦୦ ଟଙ୍କାରେ ବିଦେଶ ଭ୍ରମଣ

ଲଣ୍ଡନ: ଯୁବବର୍ଗଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ନାଇଟଆଉଟ୍‌ ଏକ ଟ୍ରେଣ୍ଡ ପାଲଟିଯାଇଛି। ଏହାର ଅର୍ଥ ସାଙ୍ଗମାନଙ୍କ ସହ ସାରା ରାତି ବୁଲିବା ସହ ମସ୍ତି କରିବା। ହେଲେ ଏହି ନାଇଟଆଉଟ୍‌କୁ ୩ ଭଉଣୀ ଏକ ଆଡ୍‌ଭେନ୍ଚର ଭାବେ ବ୍ୟବହାର କରିଛନ୍ତି। ସେମାନେ ନାଇଟଆଉଟ୍‌ ଭାବେ ଗୋଟିଏ ରାତି ବିଦେଶ ଯାଇ ଫେରି ଆସିଛନ୍ତି। ଇଂଲଣ୍ଡର ହୁଡର୍ସଫିଲ୍ଡର ବାସିନ୍ଦା ୨୪ ବର୍ଷୀୟା ବ୍ରୋଗନ ମୁରେ କଷ୍ଟମର ସର୍ଭିସରେ କାମ କରୁଥିବାବେଳେ ତାଙ୍କ ଦୁଇ ଭଉଣୀ ଅମେଲିଆ ଏବଂ ଇଜାବେଲ କେବିନ କ୍ରୁ ସଦସ୍ୟ ଭାବେ କାମ କରନ୍ତି। ୩ ଭଉଣୀ ଦିନେ ନାଇଟଆଉଟ୍‌ ଯିବାକୁ ପ୍ଲାନ କଲେ। ସେମାନେ ଲିଡ୍‌ସ ବ୍ରାଡ୍‌ଫୋର୍ଡ ଏୟାରପୋର୍ଟରୁ ରାତି ୮ଟା ୨୫ରୁ ଫ୍ଲାଇଟ୍‌ରେ ବସି ଆୟର୍ଲାଣ୍ଡର ରାଜଧାନୀ ଡୁବଲିନ୍‌ରେ ରାତି ୧୦ଟା ୩୦ରେ ପହଞ୍ଚିଗଲେ। ସେଠାରେ ରାତି ଯାକ ବୁଲାବୁଲି କରି ସକାଳ ୬ଟା ଫ୍ଲାଇଟ୍‌ରେ ଫେରିଆସିଲେ। ବ୍ରୋଗନ କହିଛନ୍ତି, ସେମାନେ ଆଉ ଥରେ ଏପରି ଟ୍ରିପ୍‌ରେ ଯିବାକୁ ପସନ୍ଦ କରିବେ। ତେବେ ତାଙ୍କ ଫ୍ଲାଇଟ ପାଇଁ ୨୫ ପାଉଣ୍ଡ ଅର୍ଥାତ୍‌ ୨୫୬୮ ଟଙ୍କା ଖର୍ଚ୍ଚ ହେଲା। ହେଲେ ଏୟାରପୋର୍ଟର ଖାଦ୍ୟ ୫୦୦୦ ଟଙ୍କା ଥିଲା, ଯାହା ବହୁତ ଅଧିକ ଥିଲା। ସେମାନେ କିନ୍ତୁ ବୁଲାବୁଲି କରିବା ସମୟରେ ୧୫ ହଜାର ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି। ସେମାନଙ୍କୁ ଏହି ଟ୍ରିପ୍‌ରେ କୌଣସି ଅସୁବିଧା ହୋଇ ନ ଥିବା କହିଛନ୍ତି। ଏହା ପୂର୍ବରୁ ସେମାନେ ଜାନୁୟାରୀରେ ସ୍ପେନ୍‌ ଟ୍ରିପ୍‌ରେ ଯାଇଥିଲେ। ଯେଉଁଥିରେ ସେମାନଙ୍କୁ ୨୩ ପାଉଣ୍ଡ ଅର୍ଥାତ୍‌ ୨୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା।

Share