ମହିଳାଙ୍କୁ ଧରାଇଦେଲେ ମିଳିବ ୨୫,୦୦୦ ଡଲାର

ଓ୍ବାଶିଂଟନ୍‌: ସିଣ୍ଡି ରୋଡ୍ରିଗୁଏଜ୍‌ ସିଂଙ୍କୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ଖୋଜୁଛି। ସେ ୨୦୨୩ ମାର୍ଚ୍ଚରୁ ନିଜ ସ୍ବାମୀ ଅର୍ଶଦୀପ ସିଂ ଓ ୬ ଝିଅପୁଅଙ୍କ ସହ ଭାରତକୁ ଫେରାର ହୋଇଥିବା ଏଫ୍‌ବିଆଇ ଜାଣିବାକୁ ପାଇଛି। ଏହି ୩୯ ବର୍ଷୀୟା ମହିଳାଙ୍କୁ ଧରାଇଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ୨୫,୦୦୦ ଡଲାର ପୁରସ୍କାର ଦିଆଯିବ ବୋଲି ସଂଘୀୟ ତଦନ୍ତକାରୀ ସଂସ୍ଥା ଘୋଷଣା କରିଛି।
ଟେକ୍ସାସ୍‌ରେ ଥିବାବେଳେ ନିଜ ୬ ବର୍ଷୀୟ ପୁଅ ନୋଏଲ୍‌ ଅଲଭାରେଜ୍‌ଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। ଗତବର୍ଷ ମାର୍ଚ୍ଚରେ ଏଭରମ୍ୟାନ୍‌ ପୋଲିସ ଅଫିସରମାନେ ଟେକ୍ସାସ୍‌ ପରିବାର ଓ ସୁରକ୍ଷା ସେବା ବିଭାଗଠାରୁ ଗୁପ୍ତ ସୂଚନା ପାଇ ସିଣ୍ଡିଙ୍କ ଘର ଯାଞ୍ଚ କରିବାକୁ ଯାଇଥିଲେ। ତଲାସି ବେଳେ ସେମାନେ ନୋଏଲଙ୍କୁ ପାଇ ନ ଥିଲେ। ନୋଏଲଙ୍କ ବିଷୟରେ ସିଣ୍ଡିଙ୍କୁ ପଚାରିବାରୁ ସେ କହିଥିଲେ, ୨୦୨୨ ନଭେମ୍ବର ପରଠୁ ନିଜ ଜୈବିକ ପିତାଙ୍କ ସହ ମେକ୍ସିକୋରେ ରହୁଛନ୍ତି। ୨୦୨୩ ଅକ୍ଟୋବରରେ ଫର୍ଟ ଓର୍ଥସ୍ଥିତ ଟରଣ୍ଟ କାଉଣ୍ଟି ଜିଲା କୋର୍ଟ ସିଣ୍ଡିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି। ସେହିବର୍ଷ ନଭେମ୍ବର ୨ରେ ତାଙ୍କ ନାମରେ ଗିରଫଦାରି ଓ୍ବାରେଣ୍ଟ ଜାରି କରାଯାଇଛି। ୧୯୮୫ରେ ଟେକ୍ସାସ୍‌ର ଡୋଲ୍ଲାସରେ ଜନ୍ମିତ ସିଣ୍ଡିଙ୍କ ଉଚ୍ଚତା ୫ ଫୁଟ୍‌ ୧ ଇଞ୍ଚରୁ ୩ ଇଞ୍ଚ ମଧ୍ୟରେ ହେବ। ତାଙ୍କ ଓଜନ ୧୨୦-୧୪୦ ପାଉଣ୍ଡ। ସିଣ୍ଡିଙ୍କ ଆଖି ଓ କେଶର ରଙ୍ଗ ଧୂସର ହୋଇଥିବାବେଳେ ଦେହର ବିଭିନ୍ନ ଭାଗରେ ଟାଟୁ ରହିଥିବା ଲୁକ୍‌ଆଉଟ୍‌ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୋଭାଲଙ୍କ କମାଲ! ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଲା ଶୁଭ ସଙ୍କେତ

କ୍ୱିଭ,୧୪।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ବର୍ତ୍ତମାନ ଫଳବତି ହେଉଥିବା ଜଣାପଡିଛି। ଗତ...

ହାସିନାଙ୍କୁ ଦିଲ୍ଲୀରୁ ଢାକା ନେବା ୟୁନୁସ ସରକାରଙ୍କ ପାଇଁ ହେବ ନାହିଁ ଏତେ ସହଜ

ନୂଆଦିଲ୍ଲୀ/ଢାକା,୧୪।୯: ଯେତେବେଳେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶରେ ବ୍ୟାପକ ବିରୋଧର ସମ୍ମୁଖୀନ ହୋଇଥିଲେ, ସେ ଅଗଷ୍ଟ ୫ରେ ଭାରତ ପଳାଇ ଆସିଥିଲେ।...

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ଥାଇ ସୁନୀତା ପଠାଇଲେ ଏହି ବାର୍ତ୍ତା, କହିଲେ ଏହା ହେଉଛି ପରୀକ୍ଷା, ଆମେ…

ଓ୍ବାଶିଂଟନ,୧୪ା୯: ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବଚ ଓ୍ବିଲମୋର ମହାକାଶରେ ଫସି ରହି ପୃଥିବୀକୁ ବହୁତ ମିସ୍‌ କରୁଛନ୍ତି। ଶନିବାର ସେ ଅନ୍‌ଲାଇନ୍‌ ସାମ୍ବାଦିକ ସମ୍ମିଳନୀ...

ଆକାଶରୁ ଶୁଭିଲା ଭୟଙ୍କର ଶବ୍ଦ, ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ପ୍ରଭାବରେ…

ନକ୍‌,୧୪ା୯: ସାରା ବିଶ୍ୱରେ ଏକ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଛି। ବର୍ଷେ ପରେ ଏହି ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଛି। ଗତବର୍ଷ ଠିକ୍‌ ଏହି...

ଶେଖ ହାସିନା ଯିବା ପରେ କାଙ୍ଗାଳ ହେଉଛି ବାଂଲାଦେଶ, ସମ୍ଭାଳି ପାରୁ ନାହଁାନ୍ତି ୟୁନୁସ ସରକାର

ଢାକା/ନୂଆଦିଲ୍ଲୀ,୧୩।୯: ଶେଖ ହାସିନା ସରକାର ଭାଙ୍ଗିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ସର୍ବଦା କମ୍‌ ହେବାରେ ଲାଗିଛି। ବାଂଲାଦେଶର ମହମ୍ମଦ ୟୁନୁସ ସରକାର...

କିପରି ମଦ ପିଇବା ପରେ ସତ କୁହନ୍ତି ଲୋକେ, ରିସର୍ଚ୍ଚରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୯: ସାରା ବିଶ୍ୱରେ ଧୀରେ ଧୀରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲୋକମାନେ ମଦ୍ୟପାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri