Categories: ବାଣିଜ୍ୟ

୨ମାସରେ ୨୫,୦୦୦ ଅଣ ଜିଏସ୍‌ଟି ସେଲ୍‌ର ପଞ୍ଜୀକୃତ

ଭୁବନେଶ୍ୱର,୧୬।୧୨: ଦେଶର ଅଗ୍ରଣୀ ଇ କର୍ମସ ସଂସ୍ଥା ମିଶୋ ନିକଟରେ ଆଉ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଗତ ୨ମାସ ମଧ୍ୟରେ ପ୍ରାୟ ୨୫,୦୦୦ ଅଣ ଜିଏସ୍‌ଟି ବିକ୍ରେତାଙ୍କ ସଫଳ ଅନ୍‌ବୋର୍ଡିଂ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଅକ୍ଟୋବର ପରଠାରୁ ସଂସ୍ଥାର ଏହି ବିକାଶ ଲକ୍ଷ ଲକ୍ଷ ନୂଆ ବିକ୍ରେତାଙ୍କ ପାଇଁ ଦ୍ୱାର ଖୋଲିଛି, ଯାହା ସେମାନଙ୍କୁ ଡିଜିଟାଲ ବାଣିଜ୍ୟ ବିପ୍ଳବରେ ଯୋଗଦେବାକୁ ସକ୍ଷମ କରାଇଛି। ସେହିଭଳି ଗତ ୨ମାସ ମଧ୍ୟରେ ଅଣ ଜିଏସ୍‌ଟି ବିକ୍ରେତାମାନେ ମିଶୋରେ ନୂଆ ପଞ୍ଜୀକରଣ ବା ବିକ୍ରେତା ଭାବେ ଯୋଗଦେଇଛନ୍ତି, ଯାହା ୪୦% ବୋଲି ଧରାଯାଉଛି। ବିଶେଷକରି ଏହା ସଂଖ୍ୟା ଆନ୍ଧ୍ରପ୍ରଦେଶ, ଆସାମ, ପଞ୍ଜାବ, ବିହାର, ସିକିମ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ୨୦ରୁ ଅଧିକ ରାଜ୍ୟର ବ୍ୟବସାୟୀ । ଏହି ନୂଆ ଅନ୍‌ବୋର୍ଡ ହୋଇଥିବା ଅଣ ଜିଏସ୍‌ଟି ବିକ୍ରେତାମାନେ ୧.୩ ଲକ୍ଷରୁ ଅଧିକ ଉପତ୍ାଦ ତାଲିକାରେ ସାମିଲ ସହ କମ୍ପାନୀକୁ ସହଯୋଗ କରୁଛନ୍ତି। ବିଶେଷକରି ମିଶୋ ପାଇଁ ଏହାର ପରିମାଣ ୮୦%ରୁ ଅଧିକ ରହିଥିବାବେଳେ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଘରକରଣା, ସାଜସଜ୍ଜା, ରୋଷେଇ ଉପକରଣ ଓ ଆସେସରିଜ ଆଦି ଅନ୍ତର୍ଭୁକ୍ତ ରହିଛି।
ଏ ସମ୍ପର୍କରେ ମିଶୋର ସିଏକ୍ସଓ ବିଜ୍‌ନେସ୍‌ ମେଘା ଅଗ୍ରୱାଲ କହିଛନ୍ତି, ଆମେ ପ୍ରାୟ ୨୫,୦୦୦ ଅଣ ଜିଏସ୍‌ଟି ବିକ୍ରେତାଙ୍କୁ ଆମ ପ୍ଲାଟ୍‌ଫର୍ମରେ ସାମିଲ କରାଇ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସେମାନଙ୍କୁ ସ୍ବାଗତ କରିବା ଏକ ଅନ୍ତର୍ଭୁକ୍ତ ଡିଜିଟାଲ ଇକୋ ସିଷ୍ଟମ ପ୍ରତିପାଦନ ପାଇଁ ଆମର ପ୍ରୟାସକୁ ସୁଦୃଢ କରିଥାଏ। ପ୍ରତ୍ୟେକ ନୂଆ ବିକ୍ରେତା ଏକ ସ୍ବପ୍ନକୁ ପ୍ରତିନିଧିତ୍ୱ କରିଥାନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୭ ସୁଦ୍ଧା ୧୦ନିୟୁତ ବିକ୍ରେତାଙ୍କୁ ଡିଜିଟାଇଜେଶନ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ମିଶୋରେ ନୂତନତା ଆଣିବା ଓ ଅନ୍‌ଲାଇନ ବିକ୍ରୟ କରୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ବାଧ୍ୟତାମୂଳକ ଜିଏସ୍‌ଟି ପଞ୍ଜୀକରଣ ହଟାଇବାକୁ ପ୍ରୟାସ କରୁଥିବାବେଳେ ମିଶୋ ସହ ପଞ୍ଜୀକରଣ ପ୍ରକ୍ରିୟା ଓ ଶୂନ ପ୍ରତିଶତ କମିଶନ ନୀତି ଯୋଗୁ ଆମର ଛୋଟ ବ୍ୟବସାୟ ବୃଦ୍ଧି ପାଇଛି। ଅଣ ଜିଏସ୍‌ଟି ବିକ୍ରେତାମାନଙ୍କ ପାଇଁ ମିଶୋର ଟେକ୍‌ନୋଲୋଜି ଅପ୍‌ଗ୍ରେଡ୍‌ ଏକ ଶୃଙ୍ଖଳିତ ପଞ୍ଜୀକରଣ ପ୍ରକ୍ରିୟା, ସରଳୀକୃତ କାଟାଲଗ୍‌ ଅପ୍‌ଲୋଡ୍‌, ଜିଓ ସୀମିତ ଉପତ୍ାଦ ଆବିଷ୍କାର ଓ ସ୍ବଚ୍ଛତା ପାଇଁ ବର୍ଦ୍ଧିତ ଶପିଂ ଲେବଲ ଅନ୍ତର୍ଭୁକ୍ତ ହୋଇଛି।

Share