Posted inଫୁରସତ

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ ଅନ୍ତର୍ଗତ ରୁଶାନ ସହରର ଏକ ଅନ୍ତିମ ସଂସ୍କାର ଗୃହ ପାଇଁ ଏହି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଉକ୍ତ ବିଜ୍ଞାପନ ଅନୁଯାୟୀ, ମୃତଦେହଗୁଡ଼ିକ ସହ ୧୦ ମିନିଟ୍‌ ବିତାଇବା ପାଇଁ ଦରମା ଆକାରରେ ୨୫ ହଜାର ଟଙ୍କା ମିଳିବ।
ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ରୁଶାନସ୍ଥିତ ଜିନ୍‌ମାଇକ ହ୍ୟୁମାନ ରିସୋର୍ସ କୋପରେସନ୍‌ ଲିମିଟେଡ୍‌ କମ୍ପାନୀ ପକ୍ଷରୁ ଏହି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଏହି ନିଯୁକ୍ତିରେ ନୂତନ ଭାବେ ଚୟନ ହୋଇଥିବା କର୍ମଚାରୀମାନଙ୍କୁ ଶୀତଳ ପରିବେଶ ମଧ୍ୟରେ ମୃତଦେହଗୁଡ଼ିକର ଯତ୍ନ ନେବାକୁ ପଡ଼ିବ। ସେଥିପାଇଁ ଏହି ନିଯୁକ୍ତି ଆବେଦନ କରିଥିବା ପ୍ରାର୍ଥୀଙ୍କ ମାନସିକ ଏବଂ ଶାରୀରିକ ପରୀକ୍ଷା କରାଯିବ। ୪୫ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତିମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ଡାକ୍ତରୀ ଚେକଅପ୍‌ କରାଯିବା ସହ ସେମାନଙ୍କର ସାକ୍ଷାତ୍‌କାର ମଧ୍ୟ ନିଆଯିବ। ନିଯୁକ୍ତି ପାଇବା ପରେ ସେମାନଙ୍କୁ ୬ ମାସର ଏକ ପ୍ରୋବେଶନ ଅବଧି ସମାପ୍ତ କରିବାକୁ ପଡ଼ିବ। ଏହାପରେ ଯୋଗ୍ୟତା ଆଧାରରେ ସେମାନଙ୍କର ନିଯୁକ୍ତିକୁ ସ୍ଥାୟୀ କରାଯିବ। ଏହି ନିଯୁକ୍ତି ପାଇଁ ଫର୍ମ ପୂରଣ ଦେୟ ୮୫୩ ଟଙ୍କା ରହିଛି। ତେବେ ରୁଶାନର ଲୋକଙ୍କ ପାଇଁ ଫର୍ମ ପୂରଣ ସମ୍ପୁର୍ଣ୍ଣ ମାଗଣା ରହିଛି। ସେହିପରି ନାଇଟ୍‌ ସିଫ୍ଟ କରୁଥିବା କର୍ମଚାରୀଙ୍କୁ ଅତିରିକ୍ତ ଦରମା ମିଳିବ ବୋଲି ଏହି ନିଯୁକ୍ତି ବିଜ୍ଞାପନରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ବିନାଶ ହୋଇଯିବ ମଣିଷ! ନୂଆ ବର୍ଷ ଆରମ୍ଭରୁ ଚମକାଇଲା ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ଘଟିବ ଏମିତି…

ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ରେ ମନୁଷ୍ୟର ବିଲୁପ୍ତ ହେବାର ପୂର୍ବାନୁମାନ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଅତୀତରେ ତାଙ୍କ ଦ୍ୱାରା କରାଯାଇଥିବା...

ଧୀରେନ୍ଦ୍ର ଶାସ୍ତ୍ରୀ କହିଲେ ବଢିଆ ଉପାୟ: ୧ ଜାନୁଆରୀରୁ ଏପରି କଲେ ମା’ ଲକ୍ଷ୍ମୀ କରିବେ ଧନବାନ

ନୂଆଦିଲ୍ଲୀ,୩୧।୧୨: ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏହି ନୂଆବର୍ଷ ନୂଆ ଆଶା ଏବଂ ନୂଆ ସ୍ୱପ୍ନରେ ଉତ୍ସାହ ଭରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରବଚକ...

ଆଇସ୍‌କ୍ରିମ୍‌ ବିରିୟାନି

ମୁମ୍ବାଇ: ଭାରତରେ ସର୍ବାଧିକ ଲୋକ ଖାଉଥିବା ବ୍ୟଞ୍ଜନ ମଧ୍ୟରୁ ବିରିୟାନି ଅନ୍ୟତମ। ସୁସ୍ବାଦୁ ବ୍ୟଞ୍ଜନ ଭାବେ ବିରିୟାନି ଖାଇବାକୁ ଅନେକ ଭାରତୀୟ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ...

ଗୋଟିଏ ଛୋଟ ପକ୍ଷୀ କିଭଳି ବିମାନ ଦୁର୍ଘଟଣାର କାରଣ ପାଲଟିଥାଏ? ବନ୍ଧୁକ ଗୁଳିଠାରୁ ଅଧିକ ଘାତକ

ଚଳିତ ବର୍ଷ ସବୁଠାରୁ ଦକ୍ଷିଣ କୋରିଆରେ ଏଯାବତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି।  ଜେଜୁ ଏୟାରଲାଇନ୍ସର ବିମାନ ବ୍ୟାଙ୍କକ୍‌ରୁ ଉଡ଼ାଣ ଭରିବା ପରେ ମୁଆନ...

ଶୀତଦିନେ ସକାଳୁ କିପରି ଉଠିବେ ? ପ୍ରେମାନନ୍ଦ ମହାରାଜ କହିଲେ ବଢିଆ ଉପାୟ

ଠାକୁର ଜି ଏବଂ ରାଧାରାଣୀଙ୍କର ଭକ୍ତ ତଥା ବୃନ୍ଦାବନର ପ୍ରସିଦ୍ଧ ଉପଦେଶକ ପ୍ରେମାନନ୍ଦ ମହାରାଜ ଲୋକମାନଙ୍କ ଜୀବନ ସହ ଜଡିତ ଅନେକ ସମସ୍ୟା ବିଷୟରେ ଆଲୋଚନା...

୨୦୨୫ରେ ଏମିତି ଘଟଣା ଘଟିବ ଯାହା କେହି କେବେ ଦେଖି ନ ଥିଲେ, କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ?

ବ୍ରାସିଲିଆ: ଆଥୋସ ସାଲୋମ ଯିଏ ‘ଜୀବନ୍ତ ନୋଷ୍ଟ୍ରାଡାମସ’ ଭାବରେ ଜଣାଶୁଣା । ସେ ୨୦୨୫ ବର୍ଷ ପାଇଁ ଅନେକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ଏହି...

୯୦ ଦେଶ ଭ୍ରମଣ କରିଛନ୍ତି ୧୯ ବର୍ଷୀୟା ସୋଫିଆ

ନ୍ୟୁୟର୍କ: ୧୯ ବର୍ଷୀୟା ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ସୋଫିଆ ଲି ବର୍ତ୍ତମାନ ସୁଦ୍ଧା ୯୦ଟି ଦେଶ ଭ୍ରମଣ ଶେଷ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ...

ଶାନ୍ତି, ଏକତାର ବାର୍ତ୍ତା ଦିଏ ଗ୍ଲୋବାଲ ଫ୍ୟାମିଲି ଡେ’

ଆଜି ସମଗ୍ର ବିଶ୍ୱରେ ଲୋକମାନେ ନୂଆବର୍ଷର ପ୍ରଥମ ସକାଳକୁ ଉପଭୋଗ କରୁଛନ୍ତି। ଲୋକମାନେ ସେମାନଙ୍କର ବନ୍ଧୁ, ପରିବାର ଏବଂ ଘନିଷ୍ଠ ବ୍ୟକ୍ତିଙ୍କ ଏହି ବିଶେଷ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri