ଗାଜାରେ ୨,୫୦,୦୦୦ ବେଘର, ଯୁଦ୍ଧ ମୃତ୍ୟୁ ସଂଖ୍ୟା ୨୪୦୦ ଟପିଲା…

ଜେରୁଜେଲମ,୧୨।୧୦ : ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୬ ଦିନ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଇତି ମଧ୍ୟରେ ଯୁଦ୍ଧ ମୃତ୍ୟୁ ସଂଖ୍ୟା ୨୪୦୦ ଟପିଛି । ଇସ୍ରାଏଲରେ ହମାସ ଆକ୍ରମଣରେ ୧୨୦୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗାଜା ଷ୍ଟ୍ରିପରେ ଇସ୍ରାଏଲ ବାୟୁସେନା ଏୟାର ଷ୍ଟ୍ରାଇକରେ ୧୨୦୦ ରୁ ଅଧିକଙ୍କର ଜୀବନ ଯାଇଛି।

ମୃତକଙ୍କ ମଧ୍ୟରେ ବହୁ ସଂଖ୍ୟକ ମହିଳା ଏବଂ ଶିଶୁ ଅଛନ୍ତି। ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ତାଙ୍କ ସୈନ୍ୟବାହିନୀ ହମାସର ସମସ୍ତ ଚିହ୍ନ ପୋଛି ଦେବେ। ଗାଜାରେ ୨,୫୦,୦୦୦ ଲୋକ ବେଘର ହୋଇଛନ୍ତି। ପ୍ରାଭାବିତଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇଛି।

Share