ରାଜ୍ୟରେ ଆଜି ୨୫୪୬ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରବିବାର ମୋଟ୍‌ ୩୦ ଜିଲାରୁ ୨୫୪୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ର ୧୫୦୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୪୨ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୪୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨୦୮ ଏବଂ ସୁନ୍ଦରଗଡ଼ରୁ ୧୬୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୧୦୩, ବରଗଡ଼ ୯୨, ଭଦ୍ରକ ୩୪, ବଲାଙ୍ଗୀର ୮୫, ବୌଦ୍ଧ ୩୭, କଟକ ୧୩୪, ଦେବଗଡ଼ ୧୪, ଢେଙ୍କାନାଳ ୨୫, ଗଜପତି ୧୦, ଗଞ୍ଜାମ ୩୪, ଜଗତସିଂହପୁର ୮୬, ଯାଜପୁର ୯୦, ଝାରସୁଗୁଡ଼ା ୫୭, କଳାହାଣ୍ଡି ୭୫, କନ୍ଧମାଳ ୪୯, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୪୩, କୋରାପୁଟ ୭୨, ମାଲକାନଗିରି ୨୭, ମୟୂରଭଞ୍ଜ ୧୨୦, ନବରଙ୍ଗପୁର ୬୦, ନୟାଗଡ଼ ୪୮, ନୂଆପଡ଼ା ୮୮, ପୁରୀ ୭୦, ରାୟଗଡ଼ା ୨୧, ସମ୍ବଲପୁର ୮୪ ଏବଂ ସୋନପୁରରୁ ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ରେ ପହଞ୍ଚିଥିବା ବେଳେ ୨,୨୪,୨୭୩ ଜଣ ସୁସ୍ଥ ହୋଇଛନ୍ତି। ୨୬,୮୯୧ଜଣ ଚିକିତ୍ସିତ ହେଉଛନ୍ତି।

Share