Categories: ଜାତୀୟ

ନ୍ୟୁଜ୍‌କ୍ଲିକ୍‌ ମାମଲା: ବରିଷ୍ଠ ବିଚାରପତିଙ୍କ ଠାରୁ ଆରମ୍ଭ କରି ଅଧିକାରୀ ଯାଏଁ ସୁପ୍ରିମକୋର୍ଟଙ୍କ ପାଖରେ କାର୍ଯ୍ୟନୁଷ୍ଠାନ ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୧୨।୮: ବିବାଦୀୟ ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକ୍‌ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି ୨୫୦ରୁ ଅଧିକ ବରିଷ୍ଠ ଅଧିକାରୀ। ପୂର୍ବତନ ବିଚାରପତି ତଥା ରାଷ୍ଟ୍ରଦୂତଙ୍କ ସମେତ ୨୫୫ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖି ଏନେଇ ଅନୁରୋଧ କରିଛନ୍ତି। ଅଭିଯୋଗ କରି ସେମାନେ କହିଛନ୍ତି, ଚାଇନା ତରଫରୁ ଏହି ପୋର୍ଟାଲ ଦେଶ ବିରୋଧରେ ଦୁଃପ୍ରଚାର କରୁଛି। ଆମେରିକୀୟ ବିଲିୟନେୟାର ନାଭାଲ ରଏ ସିଘଂମଙ୍କ ଠାରୁ ଫଡିଣ୍ଡଂ ପାଇ ଏହି ପୋର୍ଟାଲ ଦେଶ ବିରୋଧରେ ପ୍ରୋପଗଣ୍ଡା ଚଲାଇଛି।

ଏହି ବରିଷ୍ଠ ଅଧିକାରୀମାନେ ଚିଠିରେ କହିଛନ୍ତି, ଚାଇନା ଦ୍ୱାରା ଫଣ୍ଡିଗଂ ପାଇ ନିଜକୁ ନିରପେକ୍ଷ ଗଣମାଧ୍ୟମ କହୁଥିବା ନ୍ୟୁଜକ୍ଲିକ୍‌ ଆମ ଗଣତନ୍ତ୍ରକୁ ଚ୍ୟାଲେଞ୍ଜ କରିଛି। ଭାରତ ବିରୋଧୀ ଷଡଯନ୍ତ୍ରକୁ ଯାଞ୍ଚ କରିବା ସହ ଏହି ଦେଶ ବିରୋଧୀ ଏଜେଣ୍ଟଙ୍କୁ କାଠଗଡାେjରଠିଆ କରିବା ପାଇଁ ଆମେ ଅନୁରୋଧ କରୁଛୁ ବୋଲି ଚିଠିରେ ଦର୍ଶାଯାଇଛି। ଏହି ଚିଠିରେ ଦସ୍ତଖତକାରୀଙ୍କ ମଧ୍ୟରେ ୧୪ଜଣ ପୂର୍ବତନ ବିଚାରପତି, ୧୧୨ ଜଣ ପୂର୍ବତନ ଅମଲାତନ୍ତ୍ର ଅଧିକାରୀ ଏବଂ ୧୨୯ଜଣ ପୂର୍ବତନ ସୈନ୍ୟକର୍ମୀ ଅଛନ୍ତି। ଏଥିମଧ୍ୟରେ ତେଲେଙ୍ଗାନା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି କେ ଶ୍ରୀଧର ରାଓ, ପୂର୍ବତନ ଗୃହ ସଚିବ ଏଲ.ସି ଗୋୟଲ, ରିସର୍ଚ୍ଚ ଓ ଆନାଲାଇସିସ୍‌ ଓ୍ବିଙ୍ଗର ମୁଖ୍ୟ ସଞ୍ଜୀବ ତ୍ରିପାଠୀ, ଏନଆଇଏର ପୂର୍ବତନ ନିର୍ଦ୍ଦେଶକ ଯୋଗେଶ ଚାନ୍ଦ ମୋଦି ମଧ୍ୟ ସାମିଲ ଅଛନ୍ତି।

Share