କଳା, ସଂସ୍କୃତିକୁ ବଞ୍ଚାଇ ରଖିବ ଉତ୍ସବ

ଭବାନୀପାଟଣା,୧୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ୨୫ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ରବିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଦିବସ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ସେହିପରି ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ଜିଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷା ସବିତା ମେହେର ପ୍ରମୁଖ ଯୋଗଦେଇଥିଲେ।

ଉତ୍ସବ ମାଧ୍ୟମରେ କଳାହାଣ୍ଡି ଜିଲାର କଳା, ସଂସ୍କୃତି, ଲୋକବାଦ୍ୟ ଏବଂ ଲୋକନୃତ୍ୟକୁ ବଞ୍ଚାଇ ରଖିହେବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସଭାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିଲେ। ଏହାପରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ଜିଲା ତଥା ରାଜ୍ୟ ବାହାରର ଅନେକ ସାଂସ୍କୃତିକ ଦଳ ଭାଗନେଇ କଳା ପ୍ରଦର୍ଶନ କରିଥିଲେ।

Share