୨୬/୧୧ ମୁମ୍ବାଇ ଆକ୍ରମଣ: ଆଜିବି ଲିଭିନି କ୍ଷତିର ଦାଗ, ଭୁଶୁଡି ପଡିଥିଲା ମୁମ୍ବାଇର ଅର୍ଥନୀତି

ନୂଆଦିଲ୍ଲୀ,୨୬।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତର ସୁରକ୍ଷା ଚିନ୍ତା ବଢ଼ାଇଥିଲା। ପାକିସ୍ତାନରୁ ସମୁଦ୍ର ପଥରେ ଆସିଥିବା ଆତଙ୍କବାଦୀ ଏକସଙ୍ଗେ ମୁମ୍ବାଇ ମହାନଗରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୧୬୬ ଜଣଙ୍କୁ ହତ୍ୟା କରିବା ସହ ଅନେକେ ଆହତ ହୋଇଥିଲେ। ୧୦ ଲଶ୍କର ଆତଙ୍କବାଦୀ କରାଚୀରୁ ମାଛଧରା ବୋଟରେ ଆସି ମୁମ୍ବାଇରେ ୬୦ଘଣ୍ଟା ଧରି ଲଗାତର ଆକ୍ରମଣ ଜାରି ରଖିଥିଲେ। ତେବେ ଏହି ଦିନର ଭୟାନକ ଦୃଶ୍ୟକୁ ଦେଶର ଲୋକମାନେ କେବେ ବି ଭୁଲି ପାରିବେ ନାହିଁ। ଏହି ଆକ୍ରମଣ ହେତୁ ମୁମ୍ବାଇର ଓବରୟ ହୋଟେଲର ବ୍ୟବସାୟରେ କୋଟି କୋଟି ଟଙ୍କା କ୍ଷତି ହୋଇଥିଲା। ଏଥି ସହିତ ମୁମ୍ବାଇ ମଧ୍ୟ ଏହି ବୋମା ଆକ୍ରମଣ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୁମ୍ବାଇର ପ୍ରତିଷ୍ଠିତ ହୋଟେଲ ତାଜ ପ୍ୟାଲେସ ୧୧୪ କୋଟିରୁ ଅଧିକ କ୍ଷତି ସହିଥିଲା। ଇଟି ରିପୋର୍ଟ ଅନୁଯାୟୀ ହୋଟେଲ ମ୍ୟାନେଜର ବିଦ୍ୟାଧର ବିଦ୍ୟା କହିଛନ୍ତ, ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷୟକ୍ଷତିର ଆକଳନ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡିଥିଲା। ତେଣୁ ସର୍ଭେ କରିବା ପରେ ଏହାର ମୂଲ୍ୟ ୧୧୪ କୋଟି ଟଙ୍କା ହିସାବ କରାଯାଇଥିଲା।
ଯଦିଓ ଆକ୍ରମଣର ୧୫ ବର୍ଷ ବିତିଯାଇଛି, ତଥାପି ଏହାର କ୍ଷତ ମୁମ୍ବାଇବାସୀଙ୍କ ମନରେ ଆଜି ବି ରହିଛି। ସେହି ଦିନର ଭୟାନକ ଦୃଶ୍ୟକୁ ସେମାନେ କେବେବି ଭୁଲିପାରିବେ ନାହିଁ ।

ଓବରୟ ହୋଟେଲ, ନରିମାନ ପଏଣ୍ଟ, ଜାଭେରୀ ବଜାର, ତାଜ ହୋଟେଲର ବ୍ୟବସାୟ ୬୦ ଘଣ୍ଟାରୁ ଅଧିକ ସମୟ ଯାଏଁ ଠପ୍‌ ହୋଇଯାଇଥିଲା। ଦୈନିକ ୧୦୦୦କୋଟି ଟଙ୍କା ବ୍ୟବସାୟ ହେଉଥିବା ବ୍ୟବସାୟ ୪ଦିନ ପାଇଁ ଅଟକି ଯାଇଥିଲା।

Share