ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍ ସ୍ତରରେ ମଧ୍ୟ ବଡ ଧରଣର ଅଦଳ ବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ବରିଷ୍ଠ ଓଏଏସ ଉମାକାନ୍ତ ସ୍ବାଇଁଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ନଗର ଉନ୍ନୟନ ବିଭାଗ ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଢେଙ୍କାନାଳ ଜିଲା ଅତିରିକ୍ତ ଜିଲାପାଳ, ଲୋପାମୁଦ୍ର ମହାପାତ୍ରଙ୍କୁ ପଞ୍ଚାୟତିରାଜ ବିଭାଗ ଯୁଗ୍ମ ସଚିବ, ଭବେଶ କୁମାର ନାୟକଙ୍କୁ ନଗର ଉନ୍ନୟନ ବିଭାଗ ଯୁଗ୍ମ ସଚିବ, ନିରଞ୍ଜନ ଜେନାଙ୍କୁ ସମ୍ବଲପୁର ଆରଡିସି କାର୍ଯ୍ୟାଳୟରେ ଉପସଚିବ ଭାବେ ଦାୟିତ୍ୱ ମିଳିଛି। ସେହିପରି କସ୍ତୁରୀ ପ୍ରଧାନଙ୍କୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ଉପସଚିବ ଏବଂ ଜ୍ୟୋତିଶଙ୍କର ରାୟଙ୍କୁ ଗଞ୍ଜାମ ଜିଲା ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।