ଉତ୍ପାତ କରୁଛନ୍ତି ୨୬ ହାତୀ

କରଞ୍ଜିଆ,୧୮।୧୦: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡରେ ପୁଣି ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ୧ ମାସର ବ୍ୟବଧାନ ପରେ ପୁଣି କରଞ୍ଜିଆ ବନଖଣ୍ଡକୁ ୨୬ଟି ହାତୀ ପଶିଛନ୍ତି। ହାତୀପଲ କେନ୍ଦୁଝର ଜିଲା ଚମ୍ପୁଆ ବନଖଣ୍ଡରୁ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ଧାନ ପାଚି ଅମଳ ହେଉଥିବା ବେଳେ ଏହି ସମୟରେ ହାତୀ ପଲ ଆସି ଚାଷ ଜମିରେ ପଶି ଏକର ଏକର ଧାନ ଫସଲ ଖାଇବା ସହିତ ଦଳି ମକଚି ନଷ୍ଟ କରୁଛନ୍ତି। ହାତୀ ପଲଙ୍କୁ ଘଉଡାଇବାକୁ ବନବିଭାଗ ପକ୍ଷରୁ ଅନେକ ପ୍ରୟାସ କରାଯାଇଥିଲେ ମଧ୍ୟ ସଫଳ ହେଉ ନାହିଁ। ଏଥିପାଇଁ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ହାତୀପଲ ବର୍ତ୍ତମାନ ହଳଦିଆ ଜଙ୍ଗଲରେ ଥିବା ସୂଚନା ମିଳିଛି।

Share