ଟାଙ୍ଗୀ ବନାଞ୍ଚଳରେ ୨୬ ହାତୀ, ଭୟରେ ଚାଷୀ

ନିରାକାରପୁର,୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ବର୍ଷା ଶୀଘ୍ର ଉଭାନ ଯୋଗୁ ଚାଷୀ ଭିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଧାନଚାଷ କରିଥିବା ବେଳେ ଠିକ୍‌ ଧାନ ହେବା ସମୟକୁ ହାତୀଙ୍କ ଉତ୍ପାତ ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ଦେଖିବାକୁ ମିଳିଛ। ଏଠି ୨୬ଟି ହାତୀ ଅନ୍ୟତ୍ର ଯିବା ପାଇଁ ନାଁ ଧରୁନାହାନ୍ତି। ଦିନ ସାରା ପାଖ ଜଙ୍ଗଲରେ ରହି ସନ୍ଧ୍ୟା ହେଲେ ଚାଷଜମି ମୁହାଁ ହେଉଛନ୍ତି। ଧାନବିଲରେ ଯେତିକି ଖାଉଛନ୍ତି ତା’ଠାରୁ ଶତପ୍ରତିଶତ ଦଳି ଚକଟି ନଷ୍ଟ କରିଦେଉଛନ୍ତି। ତେବେ ଭୂଷଣ୍ଡପୁର ବନ ବିଭାଗ କହିବା ଅନୁସାରେ ନରଗଦାରେ ୨ଟି, ରାମେଶ୍ୱର ରେ -୨ଟି ହାତୀ, ଆରିସାଲରେ -ଗୋଟିଏ ହାତୀ ବୁଧବାର ରହିଥିବା ବେଳେ ଡିଆ ଭୈରବୀଙ୍କ ପାଖରେ -୨୧ଟି ହାତୀ ରହିଛନ୍ତି। ହାତୀଙ୍କ ଗତିପଥ ଜାଣିବା ସହିତ ସେମାନଙ୍କୁ ଘଉଡ଼ାଇବା ପାଇଁ ୫ଟି ପାଟ୍ରୋଲିଂ ଗାଡ଼ି ବୁଲିବା ସହିତ ୬ଟା କ୍ଲଷ୍ଟରରେ ୨୪ଜଣ ଗଜସାଥୀ ମଧ୍ୟ ନିୟୋଜିତ ଅଛନ୍ତି ବୋଲି ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।

Share