ହାଉସ୍‌ ଅଫ୍‌ କମନ୍ସରେ ୨୬ ଭାରତୀୟ ବଂଶୋଦ୍ଭବ

ବ୍ରିଟେନ୍‌ ପାର୍ଲାମେଣ୍ଟର ନିମ୍ନ ସଦନ ହାଉସ୍‌ ଅଫ୍‌ କମନ୍ସର ୬୫୦ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୧୦୭ ବ୍ରିଟିଶ-ଇଣ୍ଡିଆନ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରେକର୍ଡ ସଂଖ୍ୟକ ୨୬ ଭାରତୀୟ ବଂଶୋଦ୍ଭବ ବିଜୟୀ ହୋଇଛନ୍ତି। ବିଜୟୀଙ୍କ ମଧ୍ୟରେ ଉଭୟ ଲେବର ପାର୍ଟି ଏବଂ କଞ୍ଜରଭେଟିଭ୍‌ ପାର୍ଟିର ଏମ୍‌ପି ରହିଛନ୍ତି। କଞ୍ଜରଭେଟିଭ୍‌ ପାର୍ଟିର ଶିବାନୀ ରାଜା ଲିସେଷ୍ଟର ଇଷ୍ଟରୁ ବିଜୟୀ ହୋଇଛନ୍ତି। ଲେବର ପାର୍ଟିର କନିଷ୍କ ନାରାୟଣ, ଓ୍ବେଲ୍‌ଶ ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ସୁଏଲ୍ଲା ବ୍ରାଭରମ୍ୟାନ୍‌ ଫାରେହାମ୍‌ ଏବଂ ଓ୍ବାଟରଲୁ ଆସନରୁ ଜିତିଛନ୍ତି। ବର୍ମିଂହାମ୍‌ ଏଜବଷ୍ଟୋନରୁ ଲେବର ପାର୍ଟ ପ୍ରାର୍ଥୀ ପ୍ରୀତ୍‌ କୌର ଗିଲ୍‌ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ନର୍ଥ ଇଂଲଣ୍ଡର ରିଚ୍‌ମଣ୍ଡ ଆସନରୁ ବିଜୟୀ ହୋଇଥିବାବେଳେ ତାଙ୍କ କଞ୍ଜରଭେଟିଭ୍‌ ପାର୍ଟିର ଅନେକ ବରିଷ୍ଠ ନେତା ପରାଜିତ ହୋଇଛନ୍ତି।

Share