Categories: ଫୁରସତ

୩୨ ଗଛ କାଟିବାରୁ ୨୬ ଲକ୍ଷ ଜରିମାନା

ବର୍ତ୍ତମାନ ସମୟରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ହେଲେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଏସବୁକୁ ନ ମାନି ଗଛ କାଟିଥାନ୍ତି। ନିକଟରେ ଜଣେ ଯୁବକ ଗଛ କାଟିଥିବାରୁ ତାଙ୍କୁ ମୋଟା ଅଙ୍କର ଜରିମାନା ଭରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମୁତାବକ, ଆମେରିକାର ନ୍ୟୁଜର୍ସିର ବାସିନ୍ଦା ଗ୍ରାଣ୍ଟ ହାବର ତାଙ୍କ ପଡ଼ୋଶୀ ୪୦ ବର୍ଷୀୟ ସାମି ଶିନ୍‌ୱେଙ୍କ ଘରର ଏକ ଚତୁର୍ଥାଂଶ ଏକର ଜାଗାରେ ଲାଗିଥିବା ଉତ୍ତମ ପ୍ରଜାତିର ୩୨ଟି ଗଛ କାଟିଦେଇଛନ୍ତି। ତେବେ ହାବର ଗଛ ଯୋଗୁ ବାହାରର ଦୃଶ୍ୟ ଭଲରେ ଦେଖିପାରୁ ନ ଥିଲେ। ଏ ନେଇ ସେମାନଙ୍କ ମଧ୍ୟରେ କିଛି ଦିନ ଆଗରୁ ଝଗଡ଼ା ହୋଇଥିଲା। ଏହାପରେ ହାବର ରାଗିଯାଇ ସାମିଙ୍କର ଗଛ ସବୁ ମେଶିନ ସାହାଯ୍ୟରେ କାଟିଥିବା ଜଣାପଡ଼ିଛି। ସାମି ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ଏହି ମାମଲା କୋର୍ଟକୁ ଯିବାରୁ ସେଠାରେ ବିନା ଅନୁମତିରେ ଏପରି କରିଥିବାରୁ ହାବର ଦୋଷୀ ସାବ୍ୟସ୍ତ ହେଲେ। ଲାଗିଥିବା ଗଛଗୁଡ଼ିକ କୋର୍ଟ ତାଙ୍କୁ ଗୋଟେ ଗଛ ପିଛା ୧ ହଜାର ଡଲାର ମୋଟ ୩୨ ହଜାର ଡଲାର ଅର୍ଥାତ୍‌ ୨୬ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଭରିବାକୁ ଲାଗୁ ହୋଇଛି। ରିପୋର୍ଟ ମୁତାବକ, ହାବର ଯେତିକି ଗଛ କାଟିଛନ୍ତି, ତା’ ବଦଳରେ ସେହି ପ୍ରଜାତିର ଗଛ କିମ୍ବା ତା’ଠାରୁ ଉନ୍ନତ ପ୍ରଜାତିର ଗଛ ଦେବାକୁ ପଡ଼ିବ। ଏଥିସହ ସେଠାରେ ମାଟି ପକାଇବା, ଅନାବନା ଗଛ ସଫା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

Share