Advertisement
Categories: ଜାତୀୟ

ଏନ୍‌କାଉଣ୍ଟରରେ ୨୬ ମାଓବାଦୀ ନିହତ

ନାଗପୁର,୧୩।୧୧:ମହାରାଷ୍ଟ୍ରର ଗଡଚିରୋଲି ଜିଲା ମର୍ଡିଣ୍ଟୋଲା ଘଞ୍ଚ ଜଙ୍ଗଲରେ ପୋଲିସ ଏନ୍‌କାଉଣ୍ଟରରେ ୨୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ସମୟରେ ସି -୬୦ ପୋଲିସ କମାଣ୍ଡୋର ଏକ ଟିମ୍‌ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିଲେ। ସେହି ସମୟରେ ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ। କମାଣ୍ଡୋ ଏହାର ଦୃଢ ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୨୬ ଜଣ ମାଓବାଦୀଙ୍କ ମୃତଦେହ ଜଙ୍ଗଲରୁ ମିଳିଛି। ଗୁଳି ବିନିମୟ ୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଜଙ୍ଗଲ ମଧ୍ୟରୁ ଏୟାରଲିଫ୍ଟ କରି ନାଗପୁର ନିଆଯାଇଥିଲା। ନାଗପୁର ସ୍ଥିତ ଅରେଞ୍ଜ ସିଟି ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର କ୍ରିଟିକାଲ କେୟାର କମ୍ପ୍ଲେକ୍ସରେ ଯବାନଙ୍କ ଚିକିତ୍ସା ଚାଳିଛି। ୨୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିଲେ ହେଁ ସେମାନଙ୍କ ପରିଚୟ ମିଳିପାରି ନ ଥିବା ଏସ୍‌ପି ଅଙ୍କିତ ଗୋୟଲ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share