ଭୁବନେଶ୍ୱର,୧।୮(ବ୍ୟୁରୋ): ଓଡ଼ିଶାର ୨୬ ବିଧାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ। ସେଥିପାଇଁ ୨୬ ବିଧାୟକ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ମଙ୍ଗଳବାର ଦିଲ୍ଲୀ ଯିବେ। ଏହି ବିଧାୟକଙ୍କ ମଧ୍ୟରେ ବିଜେଡିର ୧୫ ଜଣ, କଂଗ୍ରେସର ୩ ଜଣ, ଭାଜପାର ୬ ଏବଂ ସିପିଆଇର ଜଣେ ବିଧାୟକ ଅଛନ୍ତି। ଆସନ୍ତା ୩ ତାରିଖ ଦିନ ସମସ୍ତ ବିଧାୟକ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।