ଭୁବନେଶ୍ୱର,୨।୮(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ମଙ୍ଗଳବାର ଓଡ଼ିଶାର ୨୬ ବିଧାୟକ ଦିଲ୍ଲୀ ଯିବେ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୬ ବିଧାୟକ ଆଜି ଦିଲ୍ଲୀ ଗସ୍ତରେ ଯାଇ ବୁଧବାର ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବିଧାୟକଙ୍କ ମଧ୍ୟରେ ବିଜେଡିର ୧୫ ଜଣ, କଂଗ୍ରେସର ୩ ଜଣ, ଭାଜପାର ୬ ଏବଂ ସିପିଆଇର ଜଣେ ବିଧାୟକ ଅଛନ୍ତି।