Categories: ଜାତୀୟ

ବିନା ଲାଉଡ ସ୍ପିକରରେ ହେବ ସକାଳର ଅଜାନ: ମୁସଲମାନ ଧର୍ମଗୁରୁଙ୍କ ନିଷ୍ପତ୍ତି

ମୁମ୍ବାଇ,୫ ।୫: ଗୋଟିଏ ପଟେ ସାରା ଦେଶରେ ଲାଉଡ ସ୍ପିକର ବିବାଦକୁ ନେଇ ଯେତେବେଳେ ବିବାଦ ଲାଗି ରହିଛି, ଅନ୍ୟପଟେ ମହାରାଷ୍ଟ୍ରର ମୁସଲମାନ ଧର୍ମଗୁରୁମାନେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦକ୍ଷିଣ ମୁମ୍ବାଇର ଧର୍ମଗୁରୁ ଓ ଟ୍ରଷ୍ଟିମାନେ ଏହି ନିଷ୍ପତ୍ତି ନେଇଛନ୍ତି ଯେ ମସଜିଦରେ ସକାଳେ ବିନା ଲାଉଡ ସ୍ପିକରରେ ଅଜାନ କରାଯିବ । ମୁମ୍ବାଇର ମୁସଲମାନ ବହୁଳ ଅଞ୍ଚଳ ମହମ୍ମଦ ଅଲି ରୋଡ, ମଦନପୁରା, ନାଗପାଡା ସମେତ ୨୬ ମସଜିଦର ଧର୍ମଗୁରୁମାନେ ସୁନ୍ନି ବଡ ମସଜିଦରେ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି । ମୁସଲମାନ ଧର୍ମଗୁରୁମାନେ କହିଛନ୍ତି, ସକାଳର ଅଜାନ ଲାଉଡ ସ୍ପିକରରେ ପଢା ଯିବ ନାହିଁ । ଏହାସହ ସମସ୍ତ ମସଜିଦରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପାଳନ କରାଯିବ । ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଅଜାନ ହେବ ହେଲେ ବିନା ଲାଉଡ ସ୍ପିକରରେ ।

Share