କନ୍ୟାଶ୍ରମର ୨୬ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଭବାନୀପାଟଣା,୩୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଦୁଲକିବନ୍ଦ ସରକାରୀ କନ୍ୟାଶ୍ରମର ୨୬ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କେଉଁ କାରଣରୁ ଏତେ ସଂଖ୍ୟକ ଛାତ୍ରୀ ଆକ୍ରାନ୍ତ ହେଲେ ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଖାଦ୍ୟରେ କିଛି ଅପମିଶ୍ରଣ ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ଦୁଲକିବନ୍ଧଠାରେ ସରକାରଙ୍କ ତଫସିଲ ଭୁକ୍ତଜାତି ଜନଜାତି ଦ୍ୱାରା ପରିଚାଳିତ ଏକ କନ୍ୟାଶ୍ରମ (ବାଳିକା ବିଦ୍ୟାଳୟ) ରହିଛି। ଏଠାରେ ପ୍ରାୟ ୩୫୦ଜଣ ଛାତ୍ରୀ ନିବାସରେ ରହି ପାଠ ପଢୁଛନ୍ତି। ଏମାନଙ୍କ ମଧ୍ୟରୁ ଗୁରୁବାର ସକାଳେ ଡୋଳେଶ୍ୱରୀ ଶବର, ବନିତା ମାଝି, କୁମାରୀ ଶବର, ତରୁଲତା ମାଝି, ଚାସନୁ ମାଝି, ଜ୍ୟୋତି ମାଝି, ତୁଳସୀ ଶବର, ବନିତା ବାଣୁଆ, ପ୍ରଭାତୀ ବାଗ, ବର୍ଷା ନିଆଲ, ଧନମତୀ ମାଝି, ଲଳିତା ଶବର, ଖୁଲଣା ମାଝି, ତ୍ରୀପୁରା ଶବର, ସୁପ୍ରଭା ମାଝି, ବବିତା ନାଏକ, ସୌଭାଗ୍ୟ ମାଝି, ଝରଣା ତାଣ୍ଡି, ପୁଷ୍ପାଞ୍ଜଳୀ ମାଝି, ତୁଳସୀ ମାଝି, ମୀନା ମାଝି, ବାସନ୍ତୀ ମାଝି, ବିନୋଦିନୀ ମାଝି, ଟିକେଶ୍ୱରୀ ଦୁର୍ଗା, ଜୟନ୍ତୀ ବାଗ ଓ ଭାରତୀ ଦୁରିଆ ପ୍ରମୁଖ ଛାତ୍ରୀ ଝାଡ଼ାବାନ୍ତିର ଶିକାର ହେଇଛନ୍ତି ା

ଏ ନେଇ ବିଦ୍ୟାଳୟ ପକ୍ଷରୁ ତୁରନ୍ତ ବ୍ଲକ ପ୍ରଶାସନ ଓ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରାଯାଇଥିଲା। ଏମ୍‌ଏଚ୍‌ଟିର ସ୍ବତନ୍ତ୍ର ଚିକିତ୍ସା ଟିମ୍‌ ବିଦ୍ୟାଳୟକୁ ଯାଇ ଆକ୍ରାନ୍ତ ଛାତ୍ରୀଙ୍କ ଅବସ୍ଥା ବୁଝିବା ସହ ୨୬ ଜଣଙ୍କୁ ଆଣି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ କଲମପୁର ବିଡିଓ ପ୍ରସନ୍ନ କୁମାର ପଟେଲ, ତହସିଲଦାର କରିଶ୍ମା ବେଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଚିକିତ୍ସାଧୀନ ଛାତ୍ରୀଙ୍କ ଅବସ୍ଥା ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଏହାସହ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡାକ୍ତର ରାକେଶ କୁମାର ସାହୁ ଏକ ସ୍ବତନ୍ତ୍ର ଟିମ୍‌ ସହ ବିଦ୍ୟାଳୟରେ ପହଞ୍ଚତ୍ ଥିଲେ। ସେଠାରେ ସେ ବିଦ୍ୟାଳୟର ପାରିପାର୍ଶ୍ୱିକ ଅବସ୍ଥା ଦେଖିବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରଥିଲେ। ପରେ ସେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ପହଞ୍ଚତ୍ ଚିକିତ୍ସାଧୀନ ଛାତ୍ରୀଙ୍କ ଅବସ୍ଥା ବୁଝିଥିଲେ।

Share