ପଖାଳ ଖାଇ ଆଦର୍ଶ ବିଦ୍ୟାଳୟର ୨୬ ଛାତ୍ରୀ ଅସୁସ୍ଥ

କେନ୍ଦୁଝର,୨୮।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ପଖାଳ ଖାଇ ତେଲକୋଇ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲର ୨୨ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରୀଙ୍କୁ ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମଙ୍ଗଳବାର ତେଲକୋଇ ବ୍ଲକ ଓରିୟାଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ବିଦ୍ୟାଳୟରେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ଜଣେ ପରେ ଜଣେ ଛାତ୍ରୀ ଅସୁସ୍ଥ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ରୀଙ୍କୁ ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଭର୍ତ୍ତି ଛାତ୍ରୀଙ୍କ ମଧ୍ୟରୁ ୮ ଜଣ ଛାତ୍ରୀଙ୍କୁ ସାଲାଇନ ଲାଗିଥିଲା ଓ ଅନ୍ୟମାନଙ୍କୁ ପ୍ରାଥମିକ ଚିକତ୍ସା କରାଯାଇଥିଲା। ଛାତ୍ରୀଙ୍କ କହିବା ଅନୁଯାୟୀ, ଆଜି ସକାଳେ ହଷ୍ଟେଲରେ ପଖାଳ ଓ ମଟର ତରକାରୀ ଖାଇ ସ୍କୁଲକୁ ଆସିଥିଲେ। ସେଠାରେ ବାନ୍ତି ହୋଇଥିଲା ଓ ଅସୁସ୍ଥ ହୋଇପଡ଼ିଥିଲେ । ଆଜି ହଷ୍ଟେଲ ସୂଚୀନୁଯାୟୀ, ଇଟିଲି ସହିତ ମଟର ତରକାରୀ ଦିଆଯିବାର ଥିଲା। କିନ୍ତୁ କିଛି ଛାତ୍ରୀ ପଖାଳ ଖାଇଥିଲେ। ଯେଉଁମାନେ ପଖାଳ ଖାଇଥିଲେ ସେମାନେ ଅସୁସ୍ଥ ହୋଇଯାଇଥିଲେ। ଏବେ ଛାତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି । କିଛି ସମୟ ପରେ ଡିସଚାଜର୍ର୍ ହେବେ ବୋଲି ଇନଚାର୍ଜ ଡାକ୍ତର ପ୍ରିତିଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବିରେ ଆଖିବୁଜିଲେ ଯକୃତ ପ୍ରତିରୋପିତ ମାନସ

କଟକ,୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦ୍ୱିତୀୟ ଯକୃତ ପ୍ରତିରୋପିତ ନୟାଗଡ଼ ଅଞ୍ଚଳର ମାନସ ମୁଦୁଲି (୩୯) ବୁଧବାର ଆଖି ବୁଜିଛନ୍ତି। ସେ ଗତ ଜାନୁଆରୀ ୨୨ ତାରିଖରେ...

‘ମାନବ ଚାଲାଣ ମଧ୍ୟସ୍ଥଙ୍କ ମୂଳୋତ୍ପାଟନ ଜରୁରୀ’

ପୁରୀ,୧୩ା୨( ଅଜିତ୍‌ କୁମାର ମହାନ୍ତି): ମାନବ ଚାଲାଣ ଏକ ଘୃଣ୍ୟ ଓ ଜଘନ୍ୟ ଆପରାଧିକ କାର୍ଯ୍ୟ। ଏହାକୁ ସାମୂହିକ ଉଦ୍ୟମ ଓ ସହଯୋଗ ଦ୍ୱାରା ପ୍ରତିହତ କରାଯାଇପାରିବ...

ବିଶ୍ଵଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପୂର୍ଣ୍ଣାହୁତି, ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ  

ଦିଗପହଣ୍ଡି,୧୨।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ କମଳାପୁର ଗ୍ରାମ ସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ଶୈବପୀଠ ପରିସରରେ ଗତ ୫ ତାରିଖ ଠାରୁ...

ପାଳକୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା, ତଦନ୍ତ କଲା ପୋଲିସ

ଲାଞ୍ଜିଗଡ଼, ୧୨ା୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ମଙ୍ଗଳବାର ନିଆଁଲାଗି ୨ ଶିଶୁ...

ଚିକିତ୍ସା କରିବା ସତ୍ତ୍ୱେ ରୋଗ ଭଲ ହେଲା ନାହିଁ, ଶେଷରେ ବିଷ ପିଇ ଆତ୍ମହତ୍ୟା କରିଦେଲେ

ମୋହନା.୧୨।୨( ମନ୍ମଥ ମିଶ୍ର): ରୋଗ ଭଲ ନ ହେବାରୁ ବିଷ ପିଇ ଆତ୍ମହତ୍ୟା l ଗଜପତି ଜିଲା ମୋହନା ଥାନା ମଳାସପଦର ପଞ୍ଚାୟତ ରୁଜାଙ୍ଗି ଗାଁରେ...

ବାଙ୍କେଶ୍ୱରୀ ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ

ଦିଗପହଣ୍ଡି,୧୨ା୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ନିଜ ବାଙ୍କେଶ୍ୱରୀଙ୍କ ଘାଟିରେ ବୁଧବାର ଅପରାହ୍ନରେ ଏକ ଡାଲା ଅଟୋ...

ହାତୀମୁଣ୍ଡା ପଞ୍ଚାୟତର ଋଷିମାଳ ପାହାଡ଼ରେ ବୁଲୁଛନ୍ତି ହାତୀ ପଲ, ଭୟରେ ଘରୁ ବାହାରୁନାହାନ୍ତି ଲୋକେ

ଦାରିଙ୍ଗବାଡି /ବ୍ରାହ୍ମଣୀଗାଁ,୧୨।୨ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲାା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ହାତୀମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ବୁଲୁଛନ୍ତି ବଣୁଆ ହାତୀ। ସେମାନଙ୍କ...

ବରଗଡ଼ର ୩ ମନ୍ଦିରକୁ ମିଳିଲା ପର୍ଯ୍ୟଟନସ୍ଥଳୀର ମାନ୍ୟତା: ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ସମ୍ଭାବ୍ୟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଚିହ୍ନଟ କରିବା ସହ ବହୁମାତ୍ରାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ସ୍ଥାୟୀ ପର୍ଯ୍ୟଟନର ବିକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image